ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ନୂଆଦିଲ୍ଲୀରେ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ ଉତ୍ସବରେ ଓଡ଼ିଶା ଖଣନିନିଗମ ପୁରସ୍କୃତ ହୋଇଛି। ରାଷ୍ଟ୍ରତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଲାଭ କରିଛି ଓଡ଼ିଶା ଖଣିନିଗମ (ଓଏମ୍ସି)। କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି ବିଭାଗୀୟ ପରିଚାଳନା ନିର୍ଦ୍ଦେଶକ ବଲୱାନ୍ତ ସିଂ। କ୍ରୀଡ଼ାକୁ ସାମଗ୍ରିକ ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଓଏମ୍ସିକୁ ଏହି ପୁରସ୍କାର ମିଳିଛି। ଦୀର୍ଘବର୍ଷ ଧରି ଓଏମ୍ସି ତାର ସାମାଜିକ ଦାୟିତ୍ୱକୁ ତୁଲାଇ ଆସୁଛି। ଏହା ମାଧ୍ୟମରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଓଏମ୍ସିକୁ ବର୍ଗରେ ଉଲ୍ଲେଖନୀୟ ସହଯୋଗ ଦେଇଆସିଛି। ରାଜ୍ୟ ତଥା ଜାତୀୟସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାରେ ବିଭାଗ ତାର ପ୍ରୟାସ ଜାରି ରଖିଛି। ଓଏମ୍ସି ଦେଶର ହକିର ବିକାଶରେ ଗୁରୁତ୍ୱୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ ସହଭାଗିତା ରଖି ହକି ଇଣ୍ଡିଆକୁ ସହଯୋଗ କରିଆସୁଛି। ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ସୁଗମ କରିବା, ସ୍ଥାନୀୟ ସମ୍ପ୍ରଦାୟର ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା, ଓଡ଼ିଶା ତଥା ସମଗ୍ର ଦେଶର କ୍ରୀଡ଼ା ଭିତ୍ତିଭୂମିରେ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାରେ ଓଏମ୍ସି ସଫଳ ହୋଇଛି। ଏଥିସହିତ ବିଭାଗ ରାଜ୍ୟ ତଥା ଜାତୀୟ ଖେଳାଳିଙ୍କୁ ନିରବଚ୍ଛିନ୍ନ ଭାବେ ସହାୟତା କରିଆସୁଛି। ଅନ୍ୟପକ୍ଷରେ ୨୦୨୩ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଥିବାରୁ ଓଡ଼ିଶା ଖଣି ନିଗମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କର୍ପୋରେଟ ସୋସିଆଲ ରେସପନ୍ସିବିଲିଟି ଜରିଆରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବାରୁ ଓଏମସିକୁ ଜାତୀୟ ପୁରସ୍କାର ମିଳିଛି। ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀରେ ଓଏମସିକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡାର ବିକାଶ ଓ ପ୍ରସାର ପାଇଁ ଓଏମସିର ଗୁରୁତ୍ୱୂର୍ଣ୍ଣ ଭୂମିକା ଜାତୀୟ ସ୍ତରରେ ସ୍ୱୀକୃତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.