ଭୁବନେଶ୍ୱର, : କିଟ୍ ବିଶ୍ୱବିଦ୍ୟାଳୟର ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ ଫେସନ୍ ଶୋ’ କୀର୍ତ୍ତି କଳ୍ପନାର ୧୩ତମ ସଂସ୍କରଣ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଫେସନ୍ ଶୋ’କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳ ସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଏବଂ କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍, ଫିଲ୍ମ ଆଣ୍ଡ ମିଡ଼ିଆ ଷ୍ଟଡ଼ିଜ୍ ସ୍କୁଲ୍ ଏବଂ ମାସ୍ କମ୍ୟୁନିକେଶନ ସ୍କୁଲ୍ର ମହାନିର୍ଦ୍ଦେଶକ ହିମାଂଶୁ ଖଟୁଆ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଫେସନ୍ ଟେକ୍ନୋଲୋଜିରେ ୨୦୨୫ ବର୍ଷର ପାସ୍ଆଉଟ୍ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ସାମନ୍ତ କହିଥିଲେ, ଭାରତ ସମେତ ସମଗ୍ର ବିଶ୍ୱରେ କିଟ୍ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଥିପାଇଁ କିଟ୍ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କର ବିଭିନ୍ନ କ୍ଷେତ୍ରରେ ଗ୍ରହଣୀୟତା ମଧ୍ୟ ରହିଆସିଛି । କିଟ୍ ଫେସନ୍ ଟେକ୍ନୋଲୋଜିର ପାସ୍ଆଉଟ୍ ଛାତ୍ରଛାତ୍ରୀମାନେ ଫେସନ୍ ଏବଂ ଟେକ୍ସଟାଇଲ୍ ଟେକ୍ନୋଲୋଜି ଏବଂ ଡ଼ିଜାଇନ୍ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ଓ ସର୍ଜନାଶୀଳତାର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ତେବେ ଜୀବନରେ ଯେଉଁଠି ଥାଅ,ଯେତେ ଉପରକୁ ଉଠ ସବୁବେଳେ ଜଣେ ଭଲ ମଣିଷ ହେବାକୁ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଫେସନ୍ ଶୋ’ରେ ୨୦୨୫ ପାସ୍ଆଉଟ୍ ବ୍ୟାଚର ଛାତ୍ରଛାତ୍ରୀମାନେ ସେମାନଙ୍କ ପରିକଳ୍ପନା ଓ ସର୍ଜନାର ପରିପ୍ରକାଶ କରିଥିଲେ । ବିଭିନ୍ନ ପାରମ୍ପାରିକ ଓ ଆଧୁନିକ ଫେସନ୍କୁ ନେଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଡ଼ିଜାନର ପୋଷାକରେ ମଡ଼େଲମାନଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ବିଭିନ୍ନ ପରମ୍ପରା,କଳାର ଝଲକ ରହିଥିଲା । ଏହି ଅବସରରେ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ ଫେସନ୍ ଡ଼ିଜାଇନ୍ ଉପରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଓ ଧାରବାହିକ ତାରକା ସୂର୍ଯ୍ୟମୟୀ ମହାପାତ୍ର, ଲିକୁନ୍ ଚୌଧୁରୀ, ଦୀପନ୍ୱିତ୍ ଦାସମହାପାତ୍ର ଏବଂ ଦେବସ୍ମିତା ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ର ଉପନିର୍ଦ୍ଦେଶିକା ଜିପ୍ସିତା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲର ଡ଼ିନ୍ ପ୍ରଫେସର ବାଉରି ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.