କେନ୍ଦୁମୁଣ୍ଡା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଲା, ୧୫ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ

148

ନୂଆପଡ଼ା, ୨୨ ସେପ୍ଟେମ୍ବର – ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି। ୧୫ ଜଣ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ସମସ୍ତଙ୍କ ପରିସ୍ଥିତି ନିୟନ୍ତ୍ରିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ । ଏହି ଝାଡ଼ାବାନ୍ତି ନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ମିଳିତ ରୂପେ ସଚେତନତା ସଭା ଏବଂ ଗ୍ରାମ ବୁଲି ଲୋକଙ୍କୁ ବୁଝାଇଛନ୍ତି। ବିଶେଷ କରି ଗ୍ରାମରେ ଥିବା ତିନି ଗୋଟି ନଳକୂପକୁ ବିଶୋଧନ କରିଥିବା ବେଳେ ପାନୀୟ ଜଳ ଗ୍ରହଣ କରିବାକୁ ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି। ପାନୀୟ ଜଳକୁ ଫୁଟାଇ ପିଇବା ସହ ହେଲୋଜିନ ବଟିକା ବଣ୍ଟନ କରିଛନ୍ତି।

ଏହି ସଚେତନତା ସଭାରେ ସିନାପାଲି ବିଡ଼ିଓ ସର୍ବେଶ୍ବର ଜାଲ, ତହସିଲଦାର ଲୋକନାଥ ଶବର, ଡ଼ଃ.ଭୈରବ କୁମାର ପାଣିଗ୍ରାହୀ, ସରପଞ୍ଚ ମଦନ ଦଣ୍ଡସେନା ସ୍ବାସ୍ଥ୍ୟ କର୍ମୀ, ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ଆଶା ମାନେ ଯୋଗଦେଇ ଘର ଘର ବୁଲି ଲୋକଙ୍କୁ ବୁଝାଇଛନ୍ତି।

Leave A Reply

Your email address will not be published.