ତାଳଚେର,: ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ବିଶାଳ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଗୋବର୍ଦ୍ଧନ ପିଠା ଧୀଶ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ଶାସନତନ୍ତ୍ର ବ୍ୟବସ୍ଥା ଖୁବ ଶିଘ୍ର ଭାରତକୁ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଧର୍ମ ନିୟନ୍ତ୍ରିତ, ଶୋଷଣ ବିର୍ନିମିତ, ପକ୍ଷପାତ ବିହୀନ, ସର୍ବହିତ ପ୍ରଦ ଶାସନ ବିଧି ବ୍ୟବସ୍ଥା କରିବା ଉପରେ ସେ ଆଲୋକପାତ କରିଛନ୍ତି । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆଜି ଜଗତ ଗୁରୁଙ୍କ ଠାରୁ ଆଶ୍ରିବଚନ ଶୁଣିବା ସହ କୃପା ଭିକ୍ଷା କରିଛନ୍ତି ସୁ ସଂକୃତ, ସୁରକ୍ଷିତ, ସୁଶିକ୍ଷିତ, ସମ୍ପର୍ଣ୍ଣ ସେବା ପାରାୟଣ ବ୍ୟକ୍ତି ତଥା ଆଦର୍ଶ ସମାଜର ସଂରକ୍ଷଣ ବୋଲି ସେ କହିଛନ୍ତି । ସମସ୍ତେ ପ୍ରଭୁ ପ୍ରେମୀ, ପ୍ରଭୁ ଭକ୍ତ, ସମସ୍ତେ ପ୍ରାରବ୍ଧ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ । ସମସ୍ତେ ସମସ୍ତଙ୍କ ପ୍ରତି ବ୍ୟବହାର ଉତ୍ତମ ରଖିବା ଆବଶ୍ୟକ ଉପରେ ଗୁରୁଜୀ କହିଥିଲେ ସମସ୍ତ ସନାତନୀ ହିନ୍ଦୁ ଦୈନିକ ୭୫ ମିନିଟ ସମୟ ଭଗବାନଙ୍କ ପାଇଁ ଦେବା ସହ ପରିବାରରୁ ଏକ ଟଙ୍କା ଲେଖାଏଁ ରଖି ସମାଜର କାର୍ଯ୍ୟରେ ଲଗାଇବା ଉଚିତ୍ । ରାଷ୍ଟ୍ରୀୟ ନବବର୍ଷ ଅବସରରେ ଆଜି ସଚ୍ଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ନିର୍ବିକାଳ୍ପନାନନ୍ଦ ସରସ୍ୱତୀ, ବହୁ ସାଧୁ ସନ୍ଥ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରାକ୍ତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଥିଲେ ଆଦିତ୍ୟ ବାହିନୀର ରାଜ୍ୟ ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ । ହିନ୍ଦୁ ରାଷ୍ଟ୍ର ମହାଧିବେଶନ କାର୍ଯ୍ୟକ୍ରମର ସଂଯୋଜକ ପର୍ଶୁରାମ ବାରିକ, ବରୁଣ ସାହୁ, ବୃନ୍ଦାବନ ବେହେରାଙ୍କ ସମେତ ଶତାଧିକ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଆଜି ୧୦ ହଜାରରୁ ଊର୍ଦ୍ଧ୍ୱ ଜନ ସମାଗମ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.