ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ କେଜ୍ରିୱlଲ ପରିବାରର ତଥା କୃଷକର ସାଥି ହିନ୍ଦୁସ୍ତାନ ସିଡ଼ସର ପ୍ରତିଷ୍ଠାତା ରାଣୀସତୀ ଦାଦିଜୀ ମନ୍ଦିର / ଗାୟତ୍ରୀ ମନ୍ଦିରର ମୁଖ୍ୟ ଉଦ୍ୟୋଗୀ ସ୍ବର୍ଗତ ଲକ୍ଷ୍ମଣଦାସ କେଜି୍ରିୱାଲଙ୍କ କନିଷ୍ଠ ପୁତ୍ରବଧୂ ତଥା ଭୁବନେଶ୍ୱରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରାଜେଶ କୁମାର କେଜ୍ରିୱାଲଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତାଞ୍ଜଳି କେଜ୍ରିୱାଲ ଅଖିଳ ଭାରତୀୟ ମାରୱାଡି ଯୁବାମଞ୍ଚର ସର୍ବ ବୃହତ ଶାଖା ଭୁବନେଶ୍ୱର ଶାଖାର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି ! ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ହୋଟେଲରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବ ରେ ଶ୍ରୀମତୀ କେଜ୍ରିୱାଲଙ୍କ ସହିତ ତାଙ୍କ ଟିମ ଏକ ରଙ୍ଗା ରଙ୍ଗ ପରିବେଶ ରେ 2025/2026 ବର୍ଷ ଲାଗିଯୁବ ମଞ୍ଚର 26 ତମ ଅଧ୍ୟକ୍ଷା ଭାବେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି, l ଉମେଶ ଖଣ୍ଡେଲୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ମାରୱାଡି ଯୁବାମଞ୍ଚର ଅଧ୍ୟକ୍ଷ ଅଜୟ କୁମାର ଶର୍ମା, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭ୍ୟା ତଥା ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ ଯୋଗ ଦେଇଥିଲେ l ଓଡିଶା ପ୍ରଦେଶ ମାରୱାଡି ଯୁବାମଞ୍ଚର ଉପାଧ୍ୟକ୍ଷ ଅରୁଣ କୁମାର ଅଗ୍ରୱାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମାରୱାଡି ଯୁବାମଞ୍ଚର ସଭାପତି / ସମ୍ପାଦକ ଏବଂ ସଭ୍ୟ / ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.