ଭୁବନେଶ୍ୱର ମେକ ଇନ୍ ଓଡ଼ିଶାକୁ ବଡ଼ ସଫଳତା । ଓଡ଼ିଶାରେ ହେବ ବିଶ୍ୱର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଆମୋନିଆ ପ୍ଲାଣ୍ଟ ଖୋଲାଯିବ। ଏଥିାଇଁ ୩୪୦ ଏକର ଜାଗା ଆବଣ୍ଟନ କରାଯାଇଛି। ଏସିଏମଇ ଗ୍ରୁ ଜାପାନର ଆଇଏଚଆଇ ସହ ମିଶି ଏକ ପ୍ରକଳ୍ପରେ କାମ କରିବେ। ଏଥିାଇଁ ଖର୍ଚ୍ଚ ହେବ ୬୦ ହଜାର କୋଟି ଟଙ୍କା । ଏହି ପ୍ରକଳ୍ପ ହେଲେ ୩ ହଜାର ୭ଶହ ଲୋକଙ୍କୁ ନିଯୁକ୍ତି ମିଳିବ। ଜାପାନର ଏକ ଟିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି। ଗ୍ରୀନ ଆମୋନିଆ ପ୍ଲାଣ୍ଟ ହେଲେ ରାଜ୍ୟକୁ କିରି ଫାଇଦା ମିଳିବ ସେ ବିଷୟରେ ବି ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ସଫଳ ହେବା ନେଇ ଆଶା କରିବା ସହ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.