ଜାତୀୟ ଗବେଷଣା ପ୍ରତିଷ୍ଠାନରେ ଆସନ୍ତା ୫ ବର୍ଷରେ ଖର୍ଚ୍ଚହେବ ୫୦,୦୦୦ କୋଟି

760

ନୂଆଦିଲ୍ଲୀ: ଦେଶର ସାମଗ୍ରିକ ଗବେଷଣା ବ୍ୟବସ୍ଥାକୁ ମଜଭୁତ କରିବାକୁ କେନ୍ଦ୍ର ବଜେଟ୍‍ ୨୦୨୧-୨୨ ରେ କେତେକ ନୂତନ ଘୋଷଣା କରାଯାଇଛି । ଆଜି ସଂସଦରେ ବଜେଟ୍‍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଡିଜିଟାଲ ପେମେଣ୍ଟ, ମହାକାଶ ଏବଂ ଗଭୀର ମହାସାଗର ଅନୁସନ୍ଧାନ କ୍ଷେତ୍ର ପାଇଁ ପଦକ୍ଷେପ ଘୋଷଣା କରିଛନ୍ତି ।

ଜାତୀୟ ଗବେଷଣା ପ୍ରତିଷ୍ଠାନ:

ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ଆସନ୍ତା ପାଞ୍ଚ ବର୍ଷ ସକାଶେ ୫୦,୦୦୦ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଏହା ନିଶ୍ଚିତ କରିବ ଯେ ଦେଶର ସାମଗ୍ରିକ ଗବେଷଣା ବ୍ୟବସ୍ଥା ଅଧିକ ସୁଦୃଢ ହେବା ସହିତ ଜାତୀୟ ପ୍ରାଥମିକତା ଉପରେ ଧ୍ୟାନ ଦିଆଯାଇପାରିବ ।

ଡିଜିଟାଲ ଦେୟ ବୃଦ୍ଧି :

ଶ୍ରୀମତୀ ସୀତାରମଣ ଗୃହକୁ ସୂଚନା ଦେଇ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଡିଜିଟାଲ ଦେୟ ବହୁଗୁଣିତ ଭାବେ ବୃଦ୍ଧି ପାଇଥିବାବେଳେ ଏହି ପ୍ରକ୍ରିୟାକୁ ଆଗକୁ ବଢାଇବାକୁ ପଦକ୍ଷେପ ନେବା ଆବଶ୍ୟକ । ଡିଜିଟାଲ ଦେୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ସହିତ ଡିଜିଟାଲ କାରବାରକୁ ଆହୁରି ବଢାଇବା ଲାଗି ୧୫୦୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

ଜାତୀୟ ଭାଷା ଅନୁବାଦ ମିଶନ (NTLM):

ଜାତୀୟ ଭାଷା ଅନୁବାଦନ ମିଶନ (NTLM) ଭାବେ ନୂତନ ପ୍ରସ୍ତାବ ଦିଆଯାଇଛି ଯାହା ଇଣ୍ଟରନେଟ୍‍ରେ ଶାସନ ଏବଂ ନୀତି ସଂକ୍ରାନ୍ତୀୟ ଜ୍ଞାନକୁ ଜିଡିଟାଇଜ କରିବ ଏବଂ ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ କରାଇବ ।

ଭାରତୀର ମହାକାଶ କ୍ଷେତ୍ର:

ଅର୍ଥମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି ଯେ ନିଉ ସ୍ପେଶ ଇଣ୍ଡିଆ ଲିମିଟେଡ ( NSIL), ଯାହାକି ମହାକାଶ ବିଭାଗ ଅଧିନରେ ଥିବା ଏକ ରାଷ୍ଟ୍ରାୟତ ସଂସ୍ଥା, ଭାରତର କେତେକ ଛୋଟ ଉପଗ୍ରହ ସହିତ ବ୍ରାଜିଲର ଆମାଜୋନିଆ ଉପଗ୍ରହକୁ PSLV-CS51 ଜରିଆରେ ଉତ୍‍କ୍ଷେପଣ କରିବ । ଡିସେମ୍ବର ୨୦୨୧ ରେ ଆରମ୍ଭ ହେବାକୁ ଥିବା ଗଗନଯାନ ମିଶନ ପାଇଁ ଚାରି ଜଣ ଭାରତୀୟ ମହାକାଶଚାରୀଙ୍କୁ ଋଷିଆରେ ଜେନେରିକ ସ୍ପେଶ ଫ୍ଲାଇଟ୍‍ ଦିଗ ଉପରେ ତାଲିମ ପ୍ରଦାନ କରାଯାଉଛି ।

ଗଭୀର ସାମୁଦ୍ରିକ ମିଶନ:

ସାମୁଦ୍ରିକ କ୍ଷେତ୍ରକୁ ଭଲ ଭାବେ ବୁଝିବାପାଇଁ ଗଭୀର ସାମୁଦ୍ରିକ ମିଶନ ଆରମ୍ଭ ସକାଶେ ଶ୍ରୀମତୀ ସୀଥାରମଣ ପାଞ୍ଚ ବର୍ଷ ପାଇଁ ବଜେଟ୍‍ରେ ୪୦୦୦ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି । ଏହି ମିଶନ ଗଭୀର ସମୁଦ୍ରର ସର୍ବେକ୍ଷଣ ଅନୁସନ୍ଧାନ ଏବଂ ଗଭୀର ସମୁଦ୍ରରେ ଥିବା ଜୈବ ବିବିଧିତାର ସଂରକ୍ଷଣ ପ୍ରକଳ୍ପଗୁଡିକୁ ଅର୍ନ୍ତଭୁକ୍ତ କରିବ ।

Leave A Reply

Your email address will not be published.