ଟି-୨୦ ବିଶ୍ୱକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଖେଳିବ ଭାରତ
ନୂଆଦିଲ୍ଲୀ : ଭାରତୀୟ ଦଳ ୨୦୨୨ ଟି୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ଖେ ଳିବ । ଏହାସହ ମେନ୍ ଇନ୍ ବ୍ଲୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ମଧ୍ୟ ଖେଳିବ । ଏଥିପାଇଁ ଭାରତର ଏ ଟିମ୍ ମଇଦାନକୁ ଓହ୍ଲାଇବ । ପିଟିଆଇ ଅନୁସାରେ, ଭାରତ-ଅଷ୍ଟ୍ରେଲିଆ ସହ ସେପ୍ଟେମ୍ବର ୨୦,୨୩ ଓ ୨୫ ତାରିଖରେ ମ୍ୟାଚ୍ଖେ ଳିବ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୨୮, ଅକ୍ଟୋବର ୧ ଓ ୩ ତାରିଖରେ ମୁହାଁମୁହିଁ ହେବେ । ଏହି ଦୁଇ ସିରିଜ ସହ ଦଳର ଟି-୨୦ ବିଶ୍ୱକପ ପ୍ରସ୍ତୁତି ପୂରଣ ହେବ । ତା’ ପରେ ଅକ୍ଟୋବର ୬, ୯ ଓ ୧୧ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ଖେ ଳିବ । ତେବେ ଯେଉଁ ଭାରତୀୟ ଖେଳାଳି ବିଶ୍ୱକପରେ ସାମିଲ ହୋଇଥିବେ ସେମାନେ ଦିନିକିଆ ସିରିଜ୍ ଖେଳିବେ ନାହିଁ । ସେମାନେ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ । ଟି-୨୦ ବିଶ୍ୱକପର ସୁପର ୧୨ ଷ୍ଟେଜ୍ ଅକ୍ଟୋବର ୨୨ରୁ ଆରମ୍ଭ ହେବ । ଯେଉଁଥିରେ ଭାରତ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ବିସିସିଆଇ ସୂତ୍ର ଅନୁସାରେ, ବିସିସିଆଉ ସମାନ କ୍ଷମତା ବିଶିଷ୍ଟ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରୁଛି । ତେଣୁ ଦିନିକିଆ ସିରିଜ୍ସେ ତେବେଳେ ଖେଳାଯିବ ଯେତେବେଳେ ଗୋଟିଏ ଟିମ୍ ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ । ରୋଟେସନ୍ ଅନୁସାରେ ଗୋଟିଏ ଦିନିକିଆ କୋଲକାତାରେ ଖେଳାଯାଇଥାନ୍ତା । କିନ୍ତୁ ଦଶହରା ପାଇଁ ଏହାର ସ୍ଥାନ ବଦଳାଯାଇଛି । ତେଣୁ କୋଲକାତାରେ ହେବାକୁ ଥିବା ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି ।