ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ର ନଜର ବର୍ତମାନ ବିଙ୍ଗୟୀ ସୁନ୍ଦରୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଙ୍କ ଉପରେ । ତାଙ୍କ ଘରୁ ମିଳିଛି ନଗଦ ୨୦ କୋଟି ଟଙ୍କା। ବେଙ୍ଗଲରେ ହୋଇଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ପିତାଙ୍କ ଭୂମିକା ଥିବା ସନ୍ଦେହ କରିଛି ଇଡି। ବିଭିନ୍ନ ବଙ୍ଗୀୟ ଓ ଓଡ଼ିଆ ସିନେମାରେ ଅଭିନୟ କରିଥିବା ଅର୍ପିତାଙ୍କ ରାଜନୀତିକ ଲିଙ୍କ ସାମ୍ନାକୁ ଆସିଛି। ସେ ପଶ୍ଚିମବଙ୍ଗ ର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି । ଶିକ୍ଷକ ନିଯୁକ୍ତିରେ ପାର୍ଥଙ୍କ ଭୂମିକା ଥିବାରୁ ଶୁକ୍ରବାର ଇଡି ଅର୍ପିତାଙ୍କ ଘରେ ଚଢ଼ାଉ କରିଥିଲା । ଏହି ସମୟରେ ସେଠାରୁ ନଗଦ ୨୦ କୋଟି ଟଙ୍କା ଓ ୨୦ଟି ମୋବାଇଲ ଫୋନ ଜବତ ହୋଇଛି। ଏତେ ପରିମାଣର ଟଙ୍କା ଅର୍ପିତା କେଉଁଠୁ ଆଣିଲେ, ତା’ର ଯାଞ୍ଚ ଚାଲିଛି। ସେହିପରି ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ଆଗକୁ ଅର୍ପିତା ମଧ୍ୟ ଗିରଫ ହେବାର ଆଶଙ୍କା ରହିଛି।
ବଙ୍ଗୀୟ ସିରିୟଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅର୍ପିତା । ଏହାପରେ ସିନେମା ପରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ତାଙ୍କର ଏଣ୍ଟ୍ରୀ ହୋଇଥିଲା। ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି, ସବ୍ୟସାଚ୍ଚୀ ମିଶ୍ର, ବୃଦ୍ଧାଦିତ୍ୟ ମହାନ୍ତି ଓ ଆକାଶ ଦାସନାୟକଙ୍କ ଭଳି ଅଭିନେତାଙ୍କ ସହ ସେ ଫିଲ୍ମ କରିଛନ୍ତି। ।ତେବେ ସେ କିଛି ବର୍ଷ ହେଲା ସେ ଓଲିଉଡ ତଥା ବେଙ୍ଗଲ ସିନେମାରୁ ଦୂରେଇ ଯାଇଛନ୍ତି । ସେ ସିନେମା ପରେ ଟିଏମସି ହେଭିୱେଟ ପାର୍ଥଙ୍କ ନିକଟତର ହୋଇଥିଲେ।୨୦୧୯ ଓ ୨୦୨୦ରେ ସେ ପାର୍ଥଙ୍କ ଦୁର୍ଗା ପୂଜା କମିଟିର ବିଜ୍ଞାପନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅର୍ପିତା ଓ ପାର୍ଥ ଏକାଠି ନଜର ଆସୁଥିଲେ। ବର୍ତ୍ତମାନ ଅର୍ପିତାଙ୍କ ଅଡ଼ୁଆ ବଢିବାର ଲାଗିଛି ।