ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ

233

ଚେନ୍ନାଇ , ୦୯/୦୭: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବିକ୍ରମ ଙ୍କୁ  ହୃଦଘାତ ହେବାର ଖବର ସାମ୍ନାକୁ ଆସିଥିଲା, ହୃଦଘାତ ହେତୁ ଅଭିନେତାଙ୍କୁ ତୁରନ୍ତ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କୁହାଯାଇଥିଲା। ତେବେ ବର୍ତ୍ତମାନ ହୃଦଘାତ ହୋଇ ନ ଥିବା ଖବର ସାମ୍ନାକୁ ଆସିଛି। ଡାକ୍ତରଖାନା ଦ୍ୱାରା  ଜାରି କରାଯାଇଥିବା ଏକ ମେଡିକାଲ ବୁଲେଟିନ ରେ  କୁହାଯାଇଛି ଯେ ଅଭିନେତା ଶ୍ରୀ ବିକ୍ରମ ଛାତିରେ ଅସ୍ୱାଭାବିକ ଯନ୍ତ୍ରଣା ଅନୁଭବ  ଅଭିଯୋଗ କରିବା ପରେ ତାଙ୍କୁ କାଉଭର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତା ବିକ୍ରମ ତାଙ୍କ ଫିଲ୍ମ ‘ପୋନିୟିନ୍ ସେଲଭାନ୍ ପାର୍ଟ- ୧ ର ଟିଜର ଲଞ୍ଚ କାର୍ଯ୍ୟକ୍ରମରେ ଜୁଲାଇ ୮ ରେ ଅର୍ଥାତ୍  ଯୋଗଦେବାର ଥିଲା । ଚେନ୍ନାଇରେ ଟିଜର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏଥି ସହିତ ପ୍ରଶଂସକମାନେ ମଧ୍ୟ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।  ହସ୍ପିଟାଲ ପକ୍ଷରୁ ଜାରି ବୟାନ ରେ କୁହାଯାଇଛି ଯେ ସେ ହୃଦ୍‌ଘାତର ଶିକାର ହୋଇନାହାଁନ୍ତି। ସେ ବର୍ତ୍ତମାନ ମେଡିକାଲରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଓ ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । ” ବିକ୍ରମଙ୍କ ପୁଅ ଧ୍ରୁଭ ବିକ୍ରମ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପିତାଙ୍କର ହୃଦଘାତ ହୋଇ ନାହିଁ। ଅଭିନେତା ବିକ୍ରମଙ୍କୁ ୨୦୦୪ ମସିହାରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ବିକ୍ରମଙ୍କୁ ସାତୋଟି ଫିଲ୍ମଫେୟାର ପୁରସ୍କାର, ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ତାମିଲନାଡୁ ସରକାରଙ୍କ କଲାମାମଣି ପୁରସ୍କାର ମଧ୍ୟ ମିଳିଛି।

୧୯୯୦ ମସିହାରେ ବିକ୍ରମ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ସେ ‘ସେତୁ ‘ ଚଳଚ୍ଚିତ୍ର ସହିତ ବହୁତ ପ୍ରସିଦ୍ଧ ହୋଇଥିଲେ | ଏହି ଚଳଚ୍ଚିତ୍ର ପାଇଁ ବିକ୍ରମ ପ୍ରାୟ ୨୦ କିଲୋଗ୍ରାମ ହ୍ରାସ କରିଥିଲେ। ଦକ୍ଷିଣର ଭେଟେରାନ୍ ଅଭିନେତାମାନଙ୍କ ମଧ୍ୟରେ ବିକ୍ରମ ବେଶ ଜଣାଶୁଣା  | ତାଙ୍କୁ ଶେଷ ଥର ପାଇଁ କାର୍ତ୍ତିକ ସୁବରାଜଙ୍କ ଫିଲ୍ମ ମହାନରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଅଭିନେତା ଖୁବ୍ ଶୀଘ୍ର ମଣି ରତ୍ନାମଙ୍କ ଫିଲ୍ମ ‘ପୋନିୟିନ୍ ସେଲଭାନ୍ ପାର୍ଟ -୧’ରେ ନଜର ଆସିବେ। ଏହା ବ୍ୟତୀତ ନିର୍ଦ୍ଦେଶକ ଅଜୟ ଜୟନମୁଥୁଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର କୋବ୍ରା ଚଳିତ ବର୍ଷ ଶେଷରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.