ତୁର୍କୀର ସହାୟତାରେ ଯୁଦ୍ଧରେ ତିଷ୍ଠି ରହିଛି ୟୁକ୍ରେନ

365

ଡୁମାଣୀ ଟିଭି ,୨୭/୩ : ଋଷ ସହ ଲଢେଇରେ ୟୁକ୍ରେନକୁ ଅନେକ ଦେଶର ସହଯୋଗ ମିଳୁଛି । ଏବେ ୟୁକ୍ରେନ ତୁର୍କୀ ନିର୍ମିତ ଡ୍ରୋନ୍ ବ୍ୟବହାର କରୁଛି । ଏବେ ୟୁକ୍ରେନ ପାଖରେ ୨୦ଟି ବେରାକ୍ଟର୍ ଟିବି୨ ଡ୍ରୋନ୍ ରହିଛି । ଯାହା ଖୁବ୍ ଶସ୍ତା ଓ ଟ୍ୟାଙ୍କକୁ ଧ୍ୱଂସ କରିବାରେ ସକ୍ଷମ ଅଟେ । ତୁର୍କୀ ରାଷ୍ଟ୍ରପତି ରିସେପ୍ ଟାଇପ ଏରଡୋଗାନ୍ ଏହାକୁ ବିକ୍ରି କରିବା ପାଇଁ ପ୍ରାୟ ୧୫ଟି ଦେଶ ସହ ଚୁକ୍ତି କରିଛନ୍ତି ।

ଗୋଟିଏ ପଟେ ନାଟୋ ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ରଶସ୍ତ୍ର ପଠାଉଛି । ଅନ୍ୟପକ୍ଷରେ ତୁର୍କୀ ଡ୍ରୋନ୍ ପ୍ରଦାନ କରିଛି । ତୁର୍କୀରେ ଅବସ୍ଥାପିକ ୟୁକ୍ରେନ ରାଷ୍ଟ୍ରଦୂତ ଲଗାତର ଭାବେ ଏହି ଡ୍ରୋନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ବିଶେଷଜ୍ଞଙ୍କ କହିବାନୁସାରେ, ଟିବି୨ ଏଚ ଛୋଟ ଡ୍ରୋନ୍ । ତେବେ ଏହା ୟୁକ୍ରେନକୁ ଅଧିକ ସାହାଯ୍ୟ କରୁଛି । କାରଣ ଋଷ ଆକାଶରେ ସେତେଟା ଶକ୍ତିଶାଳୀ ନୁହେଁ । ଏହି ଡ୍ରୋନ୍ ଋଷ ବାୟୁସେନା ବିପକ୍ଷରେ ପ୍ରବାବୀ ସାବ୍ୟସ୍ତ ହେଉଛି ।
ବିଶେଷଜ୍ଞଙ୍କ କହିବାନୁସାରେ, ଟିବି୨ ଡ୍ରୋନର ଦାମ୍ ପ୍ରାୟ ୩୮ କୋଟି ଟଙ୍କା । ଇସ୍ରାଏଲର ୟୁଏଭି ହେରୋନର ଦାମ୍ ୭୬ କୋଟି ଟଙ୍କା ହୋଇଥିବା ବେଳେ ଆମେରିକୀୟ ଡ୍ରୋନର ଦାମ୍ ୧୫୨ କୋଟି । ସେହିପରି ଚୀନର ୟୁଏଭି ଡ୍ରୋନ୍ ୭ କୋଟି ଟଙ୍କା । କିନ୍ତୁ ଚୀନର ଡ୍ରୋନ ସେତେଟା ସୁରକ୍ଷିତ ନୁହେଁ ।

Leave A Reply

Your email address will not be published.