ରାଜ୍ୟ ଘରୋଇ ବସ ମାଲିକ ଙ୍କ ମନ ମାନି ଚରମ ସୀମା ରେ | ତେଲ ଦର କମିଥିଲେ ସୁଦ୍ଧା ସେହି ପୁରୁଣା ତେଲ ଦର ହିସାବ ରେ ଭଡା ନେଉଛନ୍ତି ଘରୋଇ ବସ | ଯାତ୍ରୀ ମାନେ ଯଦି ପ୍ରଶ୍ନ କରୁଛନ୍ତି, ନାଲି ଦେଖାଉଛନ୍ତି ବସ କର୍ମଚାରୀ ଏବଂ ମାଲିକ ମାନେ| ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛି ସମାଜବାଦୀ ପାର୍ଟି ଓଡ଼ିଶା ଶାଖା । |ଏ ପ୍ରସଙ୍ଗରେ ନୂଆ କରି ଦାୟିତ୍ୱ ନେଇଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଲିଖିତ ଅଭିଯୋଗ କରିଛି ସମାଜବାଦୀ ପାର୍ଟି ଓଡ଼ିଶା ଶାଖା। ସମାଜବାଦୀ ପାର୍ଟି ଓଡ଼ିଶା ଶାଖାର ରାଜ୍ୟ ସଭାପତି ରବି ବେହେରାଙ୍କ ସୂଚନା ଅନୁସାରେ, ତେଲ ଦର ବଢିଲେ ସଙ୍ଗେ ସଙ୍ଗେ ବସ ଓ ଟ୍ରକ ଭଡ଼ା ବଡ଼ୁଛି । କିନ୍ତୁ ତେଲ ଦର କମିବା ପରେ ବସ କିମ୍ବା ଟ୍ରକ ଭଡ଼ା କମୁନାହିଁ । ବିଶେଷକରି ବସ ମାଲିକମାନେ ବିଭିନ୍ନ ଆଳ ଦେଖାଇ ଅଧିକ ଭଡ଼ା ଆଦାୟ କରୁଛନ୍ତି।
ରାଜ୍ୟ ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି,”ସରକାରୀ ନିୟମକୁ ସବୁବେଳେ ଘରୋଇ ବସ ମାଲିକ ସଂଘ ମାନି ଆସୁଛି । ବସ ଭିତରେ ଯାତ୍ରୀ ଭଡ଼ା ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଇଛି । ଏ ଦିଗରେ ଘରୋଇ ବସ ମାଲିକ ସଂଘ ଶୀଘ୍ର ନିତୀଧାର୍ଯ୍ୟ କରିବ ।
Sign in
Sign in
Recover your password.
A password will be e-mailed to you.
Next Post