ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ

175

ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ । ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସ୍ୱାଧୀନତାର ଏହି ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଦେଶ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି । ଲାଲ୍ କିଲାରେ ଜାତି ଉଦ୍ଦ୍ୟେଶ୍ୟରେ ଉଦ୍ବୋଧନ ଦେବା ବଳେ ପ୍ରଧାନମନ୍ତ୍ରୀ ମୋଦୀ ଡିଜିଟାଲ୍ କ୍ଷେତ୍ରରେ ଭାରତର ବିକାଶକୁ ପ୍ରଶଂସା କରିବା ସହ ‘ଜୟ ଯବାନ୍, ଜୟ କିଷାନ୍’ ସ୍ଲୋଗାନ୍ ସହିତ ‘ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ ସଂଯୋଗ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନଟି ହେଉଛି ନୂତନ ପ୍ରତିଜ୍ଞା ସହ ନୂତନ କ୍ଷେତ୍ରକୁ ଯିବାର ଦିନ। ଭାରତକୁ ଶ୍ରଦ୍ଧା କରୁଥିବା ସମସ୍ତ ଭାରତୀୟଙ୍କୁ ମୁଁ ସ୍ବାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଉଛି ।

ସେହିପରି ଗତକାଲି ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମଥର ସମ୍ବୋଧିତ କରିଥିଲେ | ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇ ରାଷ୍ଟ୍ରପତି କହିଥିଲେ ୭୬ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଦେଶ ତଥା ବିଦେଶରେ ବାସ କରୁଥିବା ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଆମର ସଂକଳ୍ପ ରହିଛି ଯେ ୨୦୪୭ ସୁଦ୍ଧା ଆମେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସମ୍ପୂର୍ଣ୍ଣ ରୂପେ ସାକାର କରିବୁ |

ଅନ୍ୟପଟେ ଆଜି ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିବା ପରେ ଦେଶର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଆଜିର ଦିନ ସମସ୍ତଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ । ଏହି ୭୫ ବର୍ଷ ମଧ୍ୟରେ ଓଡ଼ିଆ ଅନେକ ମାଇଲଷ୍ଟୋନ ହାସଲ କରିଛି । ବିପର୍ଯ୍ୟୟ ମୁକାବିଲା ହେଉ ବା ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବହୁଳ ସବୁଥିରେ ଓଡ଼ିଶା ଅଗ୍ରଗତିରେ ଚାଲିଛି ବୋଲି କହିଥିଲେ ସେ ।

Leave A Reply

Your email address will not be published.