ନକଲି ଔଷଧ ଵ୍ୟଵସାୟ ଘଟଣା: ତିନି ଦିନ ରିମାଣ୍ଡରେ ଦୁଇ ଅଭିଯୁକ୍ତ

169

ନକଲି ଔଷଧ ଵ୍ୟଵସାୟ ଘଟଣା: ତିନି ଦିନ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର, 25 ସେପ୍ଟେମ୍ବର – ବିହାର ପୁଲିସ ସହାୟତାରେ ଗତକାଲି ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଆଲୋକ ମିଶ୍ରା ଓ ହରିଶ କୁମାର।୪୨୦ ଓ ୩୩୬ ଦଫାରେ ଗିରଫ କରିବା ସହ ସେମାନଙ୍କ ଠାରୁ ନକଲି ଲାଇସେନ୍ସ ଓ ଵିଲ୍ ବି ଜବତ ହୋଇଛି। ଗିରଫ ବେଳେ ସେମାନଙ୍କ ମୋବାଇଲ ଚେକ୍ ଫେକ୍ ବିଲ୍ ଜବତ କରାଯାଇଛି । ଗିରଫ ପରେ କୋର୍ଟରେ ପ୍ରଡ୍ୟୁସ୍ କରି ଆମେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛୁ। ନକଲି ଔଷଧ ଉତ୍ପାଦନ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଯେ ଦୁଇ ଜଣଙ୍କୁ ତିନି ଦିନ ରିମାଣ୍ଡରେ ଅଣାଯାଇଛି । ଏମାନେ ମାନିଛନ୍ତି ଯେ ସେମାନେ ନକଲି ମେଡିସିନ ଏମାନେ ତିଆରି କରୁ ନ ଥିଲେ, ସେମାନେ ବି ଅନ୍ୟ ରାଜ୍ୟରୁ ଆଣୁଥିଲେ।

Leave A Reply

Your email address will not be published.