ପାରାଦ୍ଵୀପ :- ଆକ୍ସନ ମୁଡ୍ ରେ ପାରାଦ୍ଵୀପ ଅଭୟଚାନ୍ଦ ପୁର ଥାନା ପୋଲିସ । ପାରାଦୀପ ଆଇଓସିଏଲ୍ ରୋଡ୍ ନିକଟସ୍ଥ ଡାଳିମ୍ବପୁର ରୋଡରେ ଚଢାଉ କରି ୩ଜଣ ବ୍ରାଉନସୁଗାର ବେପାରୀଙ୍କୁ ଧରିବା ସହ ତାଙ୍କ ନିକଟରୁ ୧୫.୫୮ ଗ୍ରାମର ବ୍ରାଉନ ସୁଗାର ଓ ଗୋଟିଏ ମୋଟର ସାଇକେଲ ସହ ୩ମୋବାଇଲ ଜବତ କରିଛି ପୋଲିସ। ସୂଚନାନୁଯାୟୀ ଅନେକ ଦିନ ଧରି ପାରାଦୀପ ତଥା ଆଖପାଖ ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟ ବଢି ଚାଲିଛି। ଏନେଇ ପୋଲିସର କଡା ନଜର ରଖିଥିବା ବେଳେ ଅଭୟଚାନ୍ଦ ପୁର ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ଡାଳିମ୍ବପୁର ଅଞ୍ଚଳରେ ରେ ଅଚାନକ ଚଢାଉ କରିଥିଲା। ଚଢ଼ାଉ ରେ ୩ବ୍ରାଉନ ସୁଗାର ବ୍ୟବସାୟୀ ଙ୍କୁ ଗିରଫ କରିଛି। ଗିରଫ ୩ ବ୍ୟବସାୟୀ ହେଲେ ବଗଦିଆ ଗ୍ରାମର ସଂଗ୍ରାମ ଦଳାଇ, ସିଜୁ ଗ୍ରାମର ବିକ୍ରମ ନାୟକ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଦୀପକ ପତି। ପୂର୍ବରୁ ସଂଗ୍ରାମ ଦଳାଇ ଓ ଦୀପକ ଙ୍କ ନାମରେ ପାରାଦୀପ ଥାନାରେ ବିଭିନ୍ନ ମାମଲା ଥିବା ଜଣାପଡିଛି। ତେବେ ଏମାନେ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ପାରାଦୀପ ର ବିଭିନ୍ନ ଅଞ୍ଚଳ କୁ ଚାଲାଣ କରୁଥିଲେ। ତେବେ ଏନେଇ ତିନି ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଵୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୂତି ରଞ୍ଜନ କର ପ୍ରକାଶ କରିଛନ୍ତି। ତେବେ ଜବତ ହୋଇଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ସାଢ଼େ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.