ଡୁମାଣୀ ଟିଭି,୭/୪ :ସୀମା ଟପିଗଲେ ଆଇ.ଆଇ.ସି ଦୌପଦୀ ଦାସ । ନିଜ କଳା କାରାନାମାକୁ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ବେଡି ପକାଇ ମାଡ ମାରିବାକୁ କିଏ ଦେଲା ଅଧିକାର ।
ଏଠାରେ ସୂଚନା ଯୋଗ୍ୟ , ବିଇନିୟୁଜର ସମ୍ପାଦକ ଲୋକନାଥ ଦଳାଇ ପୂର୍ବରୁ କନକ ନ୍ୟୁଜ ଓ ସମ୍ବାଦର ସାମ୍ବଦିକ ଭାବେ ବାଲେଶ୍ୱର ଏରିଆକୁ କେଉଁଠାରୁ ବ୍ରାଉନସୁଗାର ଆସୁଛି ଏହାର ଅନୁସନ୍ଧାନ ମୂଳକ ନ୍ୟୁଜ ପରିବେଶଷ କରୁଥିବାରୁ ନୀଳଗିରିରେ ବ୍ରାଉନସୁଗାର ଓ ନିଶାମାଫିଆଙ୍କୁ ପ୍ରୋସାôହନ ଯୋଗାଇଥିବା ଆଇଆଇସି ଦୌପଦୀ ଦାସଙ୍କ ରୋଷର ଶିକାର ହୋଇଥିଲେ । ଆଜି ଏକ ସାମାନ୍ୟ ଦୁର୍ଘଟଣାକୁ ନେଇ ଲାଞ୍ଚୁଆ ପୋଲିସ ମ୍ୟାଡମ ଜଣକ ପୂର୍ବ ରାଗକୁ ଶୁଝାଇବାକୁ ଯାଇ ଲୋକନାଥ ଦଲେଇଙ୍କୁ ଡାକି ଥାନା ଭିତରେ ମାଡ ମାରିବା ସହ ମୂମୂର୍ଷୁ ଅବସ୍ଥାରେ ବାଲେଶ୍ୱର ହସ୍ପିଟାଲରେ ତାଙ୍କ ଗୋଡରେ ବେଢି ପକାଇ ରଖିବା ଘଟଣା ସାଧାରଣରେ ଓ ସାମ୍ବାଦିକ ମହଲରେ ଆଲୋଡନ ସୃଷ୍ଟି କରିଛି । ଏ ଯେଉ ଭିଜୁଆଲ ଆପଣ ମାନେ ଦେଖୁଛନ୍ତି ସେ କେଉ ଆତଙ୍କବାଦୀର ନୁହେଁ ପରନ୍ତୁ ଜଣେ କର୍ତ୍ତବ୍ୟ ନିଷ୍ଠ ବରିଷ୍ଠ ସାମ୍ବାଦିକଙ୍କର ଯିଏକି କନକ ଟିଭି ଓ ସମ୍ବାଦ ପାଇଁ କାର୍ଯ୍ୟକରନ୍ତି । କଣ ଏମିତି ପରିସ୍ଥିତି ହେଲା ଯେ ମ୍ୟାଡମଙ୍କର ବିପି ବଢିଗଲା ନା ଧଳା ଜହର ଗୁମର ଫିଟଉଥିବାରୁ ଦଲାଲ ମାନଙ୍କ ହାତ ବାରିସି ହୋଇ ସେ ଏପରି କାର୍ଯ୍ୟ କରିବାକୁ ଦୁସାହସ କଲେ । ଏହି ଘଟଣାକୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦୃଢ ବିରୋଧ କରୁଥିବା ବେଳେ ପୋଲିସ ଡିଜି ଓ ବାଲେଶ୍ୱର ଏସିପି ଏ ବାବଦରେ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କର ନଜର । ଅନ୍ୟପଟେ ପୋଲିସର ଏହି ତାଲିବାନ ବ୍ୟବସ୍ଥାକୁ ଓଡିଶାର ସମସ୍ତ ସାମ୍ବଦିକ ସଂଘ ବିରୋଧ କରିବା ସହ ୨୪ ଘଣ୍ଟା ମଧ୍ୟରେ ପଦକ୍ଷେପ ନନେଲେ ସାମ୍ବଦିକ ମାନେ ରାଜରାସ୍ତାକୁ ଆସିବେ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.