ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟିଲା ଡଙ୍ଗା

192

ନୟାଗଡ଼ :  ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଦୀର୍ଘ ୨୧ ଦିନ ଧରି ଲଡ଼ୁ ବାବାଙ୍କ ଚନ୍ଦନ ଯାତ୍ରା ଥିବା ବେଳେ ଗତକାଲି ଏହା ଶେଷ ଅର୍ଥାତ ଭଉଁରୀ ଯାତ୍ରା ଥିଲା। ଲଡ଼ୁ ବାବାଙ୍କ ଏହି ଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରତି ଦିନ ଚାପ ବେଳେ ଡଙ୍ଗାରେ ୭ରୁ ୮ ପୂଜକ ଓ ଲୋକେ ରହିଥାନ୍ତି। ମାତ୍ର ଗତକାଲି ଏହି ସଂଖ୍ୟା ବଢ଼ି ୨୦ ଟପିଗଲା। ସନ୍ଧ୍ୟାରେ ଠାକୁର ପୁଷ୍କରିଣୀରେ ଚାପ ଖେଳୁଥିବା ବେଳେ ହଠାତ୍‌ ଡଙ୍ଗାରେ ପାଣି ପଶିଲା। ଏହାପରେ ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଲା।

Leave A Reply

Your email address will not be published.