କଲ୍ୟାଣସିଂ ହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ଅନ୍ତର୍ଗତ କନ୍ଧକାତିପାଡୁ ପଞ୍ଚାୟତ ର ନୂତନ ପଞ୍ଚାୟତଅଫିସ ଗୃହ ନିର୍ମାଣ କରିବାକୁ ନେଇ କନ୍ଧ କାତିପାଡୁ ଓ ହମିଓଗୁଡା ମଧ୍ୟରେ ଗୋଣ୍ଡଗୋଲ ହେଉଥିବା ଦେଖିବାକୁ ମିଳିଛି । କନ୍ଧକାତିପାଡୁ ପଞ୍ଚାୟତର ହୋମିୟଗୁଡା ଗାଁ ଉଚ୍ଚ ବିଦ୍ୟାଳୟ ନିକଟରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ କରିବା ପାଇଁ ଲକିନାଥ ହିମରିକା କପା, କନ୍ଦୁଲ ଚାଷ କରିଥିବା ଜମି କୁ ସମତଳ କରାଯାଉଥିଲା ବେଳେ କନ୍ଧ କାତିପାଡୁ ନାମ ଅଛି ସେହି ଠାରେ ଅଫିସ ହେବା ର ଅଛି ବୋଲି ଦାବୀ ହେଉଛି। କାତିପାଡୁ ଗାଁ ନିକଟରେ ପୁରୁଣା ସ୍କୁଲ ଥିବା ପାଖରେ ପ୍ରାୟ ,୩ ଏକର ଜାଗା ଥିବା ଗ୍ରାମ ବସୀ କହିଛନ୍ତି।ସେହି ସମୟରେ ପଞ୍ଚାୟତର କନ୍ଧକାତିପାଡୁ, ପୋଙ୍ଗଲି, କର୍ଣ୍ଣପାଡୁ, କୁରର୍ତ୍ତେଲି ଗାଁରକିଛି ଲୋକ ମାନେ ହମିଓଗୁଡ଼ା କୁ ବିରୋଧ କରୁଥିବା ବେଳେ କେବଳ ହମିଓଗୁଡା ଠାରେ ପଞ୍ଚାୟତ ଗୃହ ନିର୍ମାଣ କରାଯାଉ ବୋଲି ହମିଓ ଗୁଡ଼ାର ଲୋକ ମାନେ ଅଡିବସି ଗଣ୍ଡଗୋଳ ହେଉଥିଲେ ।ଉକ୍ତ ଖବର ସ୍ଥାନୀୟ ପୁଲିସକୁ ଖବର ଦେଲା ପରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରୁଥିବା ଲୋକଙ୍କୁ ବୁଝାସୁଝା କରି ଥିଲେ । ହମିଓଗୁଡ଼ା ପକ୍ଷରୁ ମୁକୁନ୍ଦ ହିମିରିକା, ଲୋକିନାଥ ହିମିରିକା, ଗୋପୀନାଥ ପ୍ରେପକା, ବାସିଆ ହିମିରିକା ଅନ୍ୟ ପଟେ କନ୍ଧ କାତିପାଡୁ ପକ୍ଷରୁ ଗୋପ ହିମିରିକା, ବାରିକ ହିମିରିକା, ତାଉଡୁ ହିମିରିକା, ଜଗନ୍ନାଥ ହିମିରିକା, ପାରିୟା ହିମିରିକା ଙ୍କୁ ଥାନାକୁ ଆସିବା ପାଇଁ କଲ୍ୟାଣ ସିଂହପୁର ଥାନା ଏସ ଆଇ ଶିବ ପ୍ରସାଦ ସାହୁ କହିଥିଲେ । ପୁଲିସ କହିଲା ପରେ ହାମିଓଗୁଡ଼ା ଲୋକ ଥାନା କୁ ଆସି ନିରାଶ ହୋଇ ଚାଲଯାଇଥିଲେ ବୋଲି ଏସ ଆସି ସାହୁ କହିଛନ୍ତି।କିନ୍ତୁ ଆଜି ଉଭୟ ଗାଁଲୋକ ଥାନା ରେ ଉପସ୍ଥିତରହିଥିଲେ। ଅନ୍ୟ ପକ୍ଷରେ କନ୍ଧ କାତିପାଡୁ ତହସଲଦାର ଯାଇ ଦଲା କାଗଜରେ କିଛି ପିଲା ମାନଙ୍କର ସ୍ବାକ୍ଷର ଆଣିଥିବା ଶ୍ୟାମଧର ହିମରିକା କହିଛନ୍ତି । ଏହି ସମ୍ପର୍କରେ ତହସିଲଦାର ଦେବାଶିଷ କର ଙ୍କୁ ପଚାରିବାରୁ ଏହି ଜାଗା ଚିହ୍ନଟ ବିଷୟରେ ମୁଁ କିଛି ଜାଣି ନାହିଁ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.