ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଆସୁଛି ବାୟୋପିକ୍ ଫିଲ୍ମ ‘ଅଟଲ’

167

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜଫେୟୀଙ୍କ ଜୀବନି ଉପରେ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ବାୟୋପିକ୍ ଫିଲ୍ମ, ଯାହାର ନା ରଖାଯାଇଛି ‘ଅଟଲ’ । ସିନେମାକୁ ନିର୍ମାଣ କରିବାକୁ ଦୁଇଜଣ ବରିଷ୍ଠ ନିର୍ଦ୍ଦେଶକ ହାତ ମେଳାଇଛନ୍ତି । ସେମାନେ ହେଉଛନ୍ତି ବିନୋଦ ଭାନୁଶାଲୀ ଏବଂ ସନ୍ଦୀପ ସିଂହ । ସୂଚନା ଅନୁସାରେ ସନ୍ଦୀପ ସିଂହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନି ଉପରେ ଫିଲ୍ମ ନିର୍ମାଣ କରି ଲୋକମାନଙ୍କୁ ଭେଟି ଦେଇଥିବା ବେଳେ ବର୍ତମାନ ବିଜେପିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ଅଟଳ ବିହାରୀଙ୍କ ଭୂମିକାରେ କେଉଁ କଳାକାର ଅଭିନୟ କରିବେ ତାଙ୍କ ନାମ ଖୁବଶୀଘ୍ର ଘୋଷଣା କରାଯିବ ।

Leave A Reply

Your email address will not be published.