ବଡଧରଣର ଅବକାରୀ ଚଢାଉ 

659
ବୈପାରିଗୁଡା – ଅବକାରୀ ସୁପରିଟେଣ୍ଡଣ୍ଟ ଶ୍ରୀ ଲକ୍ଷ୍ମୀଧର ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବୈପାରିଗୁଡା ଏବଂ କୁନ୍ଦୁରା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ସହ ମହୁଲ ପୋଚ ଏବଂ ରନ୍ଧା ମଦ ନଷ୍ଟ କରାଯାଉଛି। ଶ୍ରୀ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ବିମ୍ବାଧର ପଣ୍ଡାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। କୁନ୍ଦୁରା ବ୍ଲକ ନିକଟସ୍ଥ ଲିମା ଏବଂ ଗିଉରିଆଗୁଡା ଗ୍ରାମର ଜଙ୍ଗଲ ନିକଟସ୍ଥ ଏକ ଝରଣା କୁଳରେ ମଦ ରନ୍ଧା ହୋଇ ଜଙ୍ଗଲରେ ଭିତରେ ଲୁଚାଇ ରଖାଯାଇଥିଲା। ଏଥିସହ ଗିଉରିଆଗୁଡା ରେ ମଧ୍ୟ ଏକ ଜଙ୍ଗଲ ଭିତରେ ମାଟି ତଳେ ପୋତି ଲୁଚାଇ ରଖାଯାଇଥିଲା। କୈାଣସି ପ୍ରକାରେ ସୂଚନା ପାଇ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିଛନ୍ତି। ସେହି ଚଢ଼ାଉରେ ବୈପାରିଗୁଡା, ଜୟପୁର, ବୋରିଗୁମ୍ମା କୋରାପୁଟ ଏପିଆର୍ ଫୋର୍ସ ଏବଂ କୁନ୍ଦୁରା ପୋଲିସ ଯୋଗଦେଇଥିଲେ। ରନ୍ଧା ଯାଇଥିବା ପୋଚ ସମୁଦାୟ ୧୦୫୦୦ ଲିଟର ଏବଂ ମଦ ୫୭୦ ଲିଟର ନଷ୍ଟ କରାଯାଉଛି। ଏହି ଚଢ଼ାଉରେ ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ପାଉଲେ, ଏସ୍ଆଇ ରଶ୍ମି ରଞ୍ଜନ ନାୟକ, କନେଷ୍ଟବଳ ମନୋଜ କୁମାର ପ୍ରଧାନ, ସତ୍ୟମ୍ ଶୁଭମ୍ ପାତ୍ର,ହୀରାମଣୀ ଭତ୍ରା ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ପ୍ରକାଶ କରିଛନ୍ତି।
Leave A Reply

Your email address will not be published.