ତିହିଡି, ୧୩-୦୭- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ସେବା ସମବାୟ ସମିତି ସଭାପତି ପଦବିକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଛି। ଆଜି ଅନୁଷ୍ଠିତ ସଭାପତି ନର୍ବାଚନରେ ସ୍ବାଭିମାନ ମଞ୍ଚର ପ୍ରାର୍ଥୀ ମାନସ ରଞ୍ଜନ ନାୟକ ୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିରୋଧି ପ୍ରାର୍ଥି ୬ ଖଣ୍ଡ ଭୋଟ ପାଇ ପରାଜୟ ସ୍ବିକାର କରିଛନ୍ତି। ତେବେ ୧୫ ବୋର୍ଡ ସଦସ୍ଯ ବିଶିଷ୍ଟ ଏହି ସମବାୟ ସମିତିରେ ବିଜେପି ସମର୍ଥିତ ୧୧ ଜଣ ବୋର୍ଡ ସଦସ୍ଯ ନିର୍ବାଚିତ ହୋଇଥିବା ବେଳେ ବଜେଡି ସମର୍ଥିତ ୪ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ। ହେଲେ ସଭାପତି ପଦକୁ ନେଇ ବିଜେପିର ୨ ଜଣ ଆଶାୟୀଙ୍କ ମଧ୍ଯରେ ତିବ୍ର ପ୍ରତିଦ୍ବନ୍ଦିତା ଦେଖା ଦେବାରୁ ଏହାର ସମାଧାନ ପାଇଁ ବିଜେପି ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳିର ବରିଷ୍ଠ ନେତାଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ହେଲେ ଆଶାୟୀ ମାନେ ନିଜ ଜିଦରେ ଅଟଳ ଥିବାରୁ ଆଶାୟୀଙ୍କ ମଧ୍ଯରୁ ମାନସ ରଞ୍ଜନ ନାୟକ ଅନ୍ୟ ସଦସ୍ଯଙ୍କ ସହ ସାମିଲ ହୋଇ ସ୍ବାଭିମାନ ମଞ୍ଚ ଗଠନ କରି ସଭାପତି ପଦବୀରେ ବିଜୟୀ ହୋଇଛନ୍ତି। ଏହି ବିଜୟ ମୋର ନୁହେଁ ଚାଷୀଙ୍କର ବୋଲି ମାନସ ରଞ୍ଜନ ନାୟକ କହିବା ସହିତ ଆଗାମି ଦିନରେ ସେ ଚାଷୀଙ୍କ ପାଇଁ କାମ କରିବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଦୀନବନ୍ଧୁ ମହାକୁଡ, ବିଦ୍ୟାବତୀ ମହାନ୍ତି, ନନ୍ଦ କିଶୋର ଦାସ, ସୁଲୋଚନା ନାୟକ, ପ୍ରଭାତ ମହାକୁଡ, କାହ୍ନୁଚରଣ ଦାସ, ସୁରେଶ ଦାସ ଓ ଅଲେଖ ଦାସ ପ୍ରମୁଖ ବୋର୍ଡ ସଦସ୍ଯ ସଭାପତି ପ୍ରାର୍ଥି ମାନସ ରଞ୍ଜନ ନାୟକଙ୍କୁ ସମର୍ଥନ ଦେଇଥିବା ଜଣା ଯାଇଛି। ବିଜୟ ପରେ ସ୍ବାଭିମାନ ମଞ୍ଚର ଖୁସିର ଲହରି ଖେଳି ଯାଇଛି। ସମର୍ଥିତ ମାନଙ୍କ ସହ ବାଣ ଫୁଟାଇ ସମବାୟ ସମିତି କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତିଆଡିସାହି ଛକ ପର୍ଯ୍ୟନ୍ତ ଆସିଥିଲା। ବରିଷ୍ଠ ନେତା ବିପିନ ରାଉତ, ପୂର୍ବତନ ସରପଞ୍ଚ ମାନସ ସାହୁ, ନୃସିଂହ ମହାକୁଡ, ରମଣ ରଞ୍ଜନ ମହାନ୍ତି, ପ୍ରଦୀପ ମିଶ୍ର, ଶ୍ରୀଧର ତରେଇ, ଲାଲମୋହନ ଦାସ, ପ୍ରତାପ ଦାସ, ଦିଲୀପ ଗୋଥ, ଶାନ୍ତନୁ ଦାସ, ସଂଗ୍ରାମ ନାୟକ, ବିଚିତ୍ର ବାରିକ, ଚକ୍ରଧର ନାୟକ, ଅକ୍ଷୁୟ ନାୟକ, କାଳନ୍ଦି ନାୟକ, ମାୟାଧର ବେହେରା, ପ୍ରଶାନ୍ତ ନାୟକ, ହୃଷିକେଶ ପଣ୍ଡା, ପ୍ରସନ୍ନ ମାଝୀ ପ୍ରମୁଖ ବିଜୟ ଉତ୍ସବରେ ସାମିଲ ହୋଇଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ