ଆଇସିସି ଦିନିକିଆ ଟପ୍‌-୧୦ ବୋଲର ତାଲିକାରେ ବୁମ୍‌ରାହଙ୍କ ସ୍ଥାନ ପ୍ରଥମ

167

ଜଶ୍‌ପ୍ରିତ ବୁମ୍‌ରାହ ହେଲେ ନଂ-୧ ବୋଲର । ଆଇସିସି ଟପ୍‌-୧୦ ବୋଲଙ୍କ ମଧ୍ୟରେ ବୁମ୍‌ରା ୭୧୮ ପଏଣ୍ଟ ରଖି ନମ୍ବର ୱାନ ହୋଇଛନ୍ତି । ଆଇସିସି ପକ୍ଷରୁ ସମସ୍ତ ଦିନିକିଆ ମ୍ୟାଚର ଟପ୍‌-୧୦ ବୋଲରଙ୍କ ନାମ ତାଲିକା ଭୁକ୍ତ ହୋଇଛି । ତେବେ ଏହି ତାଳିକା ମଧ୍ୟରେ ୭୧୮ ପଏଣ୍ଟ ରଖି ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ବୁମ୍‌ରାହ । ସେହିପରି ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଦିନ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ବୁମ୍‌ରାହ ଭଲ ପ୍ରଦର୍ଶନ କରିଥିଲେ । ସେ ୭.୨ ଓଭର ବୋଲିଂ କରି ୩୧ ରନ୍ ଦେଇ ୬ଟି ୱିକେଟ ହାସଲ କରିଥିଲେ । ତାଲିକା ଅନୁସାରେ ଜଶ୍‌ପ୍ରିତ ଭୁମ୍‌ରାହ ୭୧୮ ପଏଣ୍ଟ କରି ନଂ-୧ ରେ ରହିଥିବା ବେଳେ ନ୍ୟୁଜଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭୧୨ ପଏଣ୍ଟ ସହ ନଂ-୨ ରେ ଅଛନ୍ତି । ସେହିପରି ପାକିସ୍ତାନର ସାହିଦି ଆଫ୍ରିଦି ୬୮୧ ପଏଣ୍ଟ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପଞ୍ଚମ ସ୍ଥାନରେ ୬୭୬ ପଏଣ୍ଟ ସହ ଆଫଗାନିସ୍ଥାନର ମୁଜିବ୍‌-ଉର୍‌-ରେହେମାନ୍‌, ବାଙ୍ଗଲାଦେସର ମେହେନ୍ଦି ହାସନ ୬୭୫ ପଏଣ୍ଟ ସହିତ ଷଷ୍ଠ ସ୍ଥାନ, ଇଂଲଣ୍ଡର କ୍ରିସ୍ ୱକ୍ସ ୬୭୩ ଫଏଣ୍ଟ ରଖି ସପ୍ତମ ସ୍ଥାନ, ନ୍ୟୁଜଲାଣ୍ଡ ମ୍ୟାଟ ହେନେରୀ ୬୭୨ ପଏଣ୍ଟ ରଖି ଅଷ୍ଟମ ସ୍ଥାନ, ଆଫଗାନିସ୍ତାନର ମହମ୍ମଦ ନାବି ୬୫୬ ପଏଣ୍ଟ ରଖି ନବମ ସ୍ଥାନ ଏବଂ ଆଫଗାନିସ୍ତାନର ରସିଦ ଖାନ୍ ୬୫୧ ପଏଣ୍ଟ ସହିତ ଦଶମ ସ୍ତାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.