ଜୁଲଇ ୧୫ ତାରିଖରୁ ୧୮ ରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ ବୁଷ୍ଟୋର ଡୋଜ୍

196

ଜୁଲାଇ ମାସ ୧୫ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ ବୁଷ୍ଟୋର ଡୋଜ୍ । କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ସମସ୍ତଙ୍କୁ ମାଗଣାରେ ଦିଆଯିବ ବୁଷ୍ଟୋର ଡୋଜ୍ । ଦେଶରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ଏହିଭଳି ନିଷ୍ପତି ନେଇଥିବାର ଜଣାଯାଇଛି । ଦେଶର ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ଏହି ଟିକା ଦିଆଯିବ । ତେବେ ଆସନ୍ତା ୧୫ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ପ୍ରାୟ ୭୫ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ସୂଚନା ଅନୁସାରେ ୧୮ ରୁ ୬୦ ବର୍ଷ ମଧ୍ୟରେ ଥିବା ୭୭ କୋଟି ନାଗରିକଙ୍କ ମଧ୍ୟରୁ ମାତ୍ର ଏକ ପ୍ରତିଶତ ନାଗରିକ ହିଁ ବୁଷ୍ଟୋର ଡୋଜ୍ ନେଇଛନ୍ତି । ତେବେ ଆସନ୍ତା ଜୁଲାଇ ୧୫ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ମାଗଣାରେ ବୁଷ୍ଟୋର ଡୋଜ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ୍ଣଳନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର୍ ।

Leave A Reply

Your email address will not be published.