ମାଆ ହେବାକୁ ଯାଉଛନ୍ତି କାଟ୍ରିନା କୈଫ୍

187

ବଲିଉଡରେ ଜଣେ ପରେ ଜଣେ ଅଭିନେତ୍ରୀ ବର୍ତ୍ତମାନ ମାଆ ବନିବାର ଖୁସି ଖବର ଦେବାରେ ଲାଗିଛନ୍ତି । ପ୍ରଥମେ ଆଲିଆ ଭଟ୍ଟ ପରେ ସୋନମ କପୁର ଆଉ ଏବେ କାଟ୍ରିନା କୈଫଙ୍କ ନାମ ଚର୍ଚ୍ଚା ଜୋର ଧରିଛି । ମାଆ ହେବାକୁ ଯାଉଛନ୍ତି କାଟ୍ରିନା । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟ ଅତିତରେ ଇ ଟାଇମ୍ସ ର ଏକ ସୋସିଆଲ ପ୍ଳାଟଫର୍ମ ରେ କାଟ୍ରିନା କାହିଁକି ବର୍ତ୍ତମାନ ଫିଲ୍ମ ଠାରୁ ଦୂରରେ ରହୁଛନ୍ତି ଏହା ପ୍ରଶ୍ନ କରିବାରୁ ତାଙ୍କର ଫ୍ୟାନ ମାନେ କମେଣ୍ଟ ବକ୍ସ ରେ ଏହିଭଳି ଲେଖିଥିଲେ । ଫ୍ୟାନମାନଙ୍କ ମଧ୍ୟରୁ କିଏ କହିଥିଲେ କି କାଟ୍ରିନା ଏବେ ଗର୍ଭବତୀ ଅଛନ୍ତି । ଆଉ କେହି କହିଥିଲେ କାଟ୍ରିନା ଗର୍ଭବତୀ କାରଣରୁ ସେ ଏବେ ବିଶ୍ରାମ ନେଉଛନ୍ତି ଏବଂ ଆଗକୁ ଆସିବାକୁ ଥିବା ତାଙ୍କର ଜନ୍ମ ଦିନରେ ଏହି ଖୁସି ଖବର ସମସ୍ତଙ୍କୁ ସେୟାର କରିବେ ।

Leave A Reply

Your email address will not be published.