ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହିରେ ଆଗାମୀ ୧୧ତାରିଖରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଗୌରୀ ନାୟକ ଜାଣିବାକୁ ପାଇଥିଲେ । ଶ୍ରମତୀ ନାୟକ ଖବର ପାଇ ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ଅବଗତ କରିଥିଲେ । ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ରେ ଆଇସିଡିଏସ୍ର ସିଡିପିଓ ଗୌରୀନାୟକ, ମହିଳା ସୁପରବାଇଜର ଅମିତା ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ପରାମର୍ଶଦାତା ଡି.ମଲ୍ଲିକ, ସଖୀ ୱାନ୍ଷ୍ଟପ କେନ୍ଦ୍ରର ପରାମର୍ଶଦାତ୍ରୀ ସୁନିତା ବେହେରା, ଆକ୍ସନଏଡ୍ର ଜିଲ୍ଲା ପ୍ରତିନିଧି ବିକାଶ କୁମାର ମହେର, ୟୁଏନ୍ଏଫପିଏର ଜିଲ୍ଲା ପ୍ରତିନିଧି ସଂଯୁକ୍ତା ତ୍ରିପାଠୀ, ଚାଇଲ୍ଡଲାଇନର ସଦସ୍ୟ ତପସ୍ୱିନୀ ନାୟକ ଏବଂ ପୋଲିସ ଅଧିକାରିଣୀ ଗିରିଜା ପାଣିଗ୍ରାହୀ ପ୍ରମୁଖ ଉକ୍ତ ସ୍ଥାନକୁ ଯାଇ ହେବାକୁଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ । ଏହାପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହର କୁ ପ୍ରଭାବ ଉପରେ ବିଷଦ ଭାବେ ବୁଝାଇଥିଲେ । ସାହିବାସିନ୍ଦାଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି । ଝିଅକୁ ୧୮ବର୍ଷ ପୁରଣ ନ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ୱାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
Sign in
Sign in
Recover your password.
A password will be e-mailed to you.