ବିଦ୍ଯୁତ ଖୁଣ୍ଟ ଥାଇ ଅନ୍ଧାରରେ ଦୁଘଟଣା ଘଟୁଛି କରାପଲ୍ଲୀ ବଜିସପେଣ୍ଠ ରାସ୍ତା

136

ଗୋପାଳପୁର, ପ୍ରାୟ ୧ କୋଟି ୨୦ ଟଙ୍କା ବ୍ୟୟରେ ଡୁରା ଛକ ଠାରୁ ନାରାୟଣପୁର ଛକ ପର୍ଯ୍ୟନ୍ତ ପ୍ରାୟ ୯ କିମି ରାସ୍ତା ରେ ଲାଗିଥିବା ରାସ୍ତା ଆଲୁଅ ବ୍ୟବସ୍ଥା ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ଦୟନୀୟ ସ୍ଥିତିକୁ ଆସିଯାଇଛି । ଦୀର୍ଘ ଏକ ସପ୍ତାହରୁ ଅଧୂକ ଦିନ ହେଲା, ଗୋପାଳପୁର ଡୁରl ବ୍ରହ୍ମପୁର ରାସ୍ତାର ବର୍ଜିସପେଣ୍ଠ ଠାରୁ ଭଞବିହାର ଛକ ପର୍ଯ୍ୟ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ଅନ୍ଧାର ହୋଇ ଯାଇଛି । ଉକ୍ତ ଅଞ୍ଚଳ ରେ କୈାଣସି ବିଦ୍ଯୁତ ଖୁଣ୍ଟରେ ଆଲୁଅ ଜଳୁ ନଥିବା ଜଣାପଡିଛି l ଅନ୍ୟପଟେ ଆଲୁଅ ବ୍ୟବସ୍ଥା ହେବାର ଦୁଇ ବର୍ଷରୁ ଅଧୂକ ସମୟ ହୋଇ । ଯାଇଥିବାରୁ ଏହାକୁ ନିର୍ମାଣ କରିଥିବା ଠିକା ସଂସ୍ଥା ର ବାର୍ଷିକ ମରାମତି ମତି ସମୟସୀମା ମଧ୍ୟ ସରି ଯାଇଛି । ଫଳରେ ଠିକା ସଂସ୍ଥା ଏହାକୁ ଆଉ ମରାମତି କରିବାକୁ ଆଗଭର ହେଉନାହିଁ । ଅନ୍ୟପଟେ ଏହାର ଦାୟିତ୍ଵରେ ରହିଥ‌ିବା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ନିକଟରେ କୁଆଡ଼େ ପାଣ୍ଠି ର ଅଭାବ ଯୋଗୁଁ ଆଲୁଅ ବ୍ୟବସ୍ଥା ର ରକ୍ଷଣାବେକ୍ଷଣା କରି ପାରୁନାହାନ୍ତି ବୋଲି ସଫେଇ ଦେଉଛନ୍ତି । ଗତ ଡ଼ିସେମ୍ବର ମାସରେ ମଧ୍ୟ ଅନୁରୂପ ଭାବେ ଡୁରା ଛକ ଠାରୁ ବି ଏସ ଇ ଟି ଯାନ୍ତ୍ରିକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତା ଦୀର୍ଘ ଦିନ ଅନ୍ଧାର ରହିଥିଲା । ବିଡ଼ିଏ କର୍ତ୍ତୃପକ୍ଷ ଙ୍କୁ ଅଭିଯୋଗ ପରେ ମଧ୍ୟ କୈାଣସି ପ୍ରତିକାର ହୋଇନଥିଲା । ଶେଷରେ କିଛି ଯୁବ ଗୋଷ୍ଠୀ ନିଜ ହାତରୁ ଟଙ୍କା ଯୋଗାଡ କରି ଆଲୁଅ ବ୍ୟବସ୍ଥାକୁ ସଜାଡି ଥୂଲେ । ଏବେ ପୁଣି ରାସ୍ତା ଅନ୍ଧାର ହୋଇ ଯାଇଥୁବ ଥିବାରୁ ତୁରନ୍ତ କର୍ତ୍ତୃପକ୍ଷ ଏହାର ମରାମତି କରିବେ ନା ଅଞ୍ଚଳବାସୀ ଚାନ୍ଦା କରି ଏହାର ମରାମତି କରିବେ ବୋଲି ସାଧାରଣରେ ପ୍ରଶ୍ନ କରାଯାଉଛି ।

Leave A Reply

Your email address will not be published.