ବିଧାନସଭା ସମ୍ମୁଖରେ ଗାଳିକରିବା ମହଙ୍ଗା ପଡିଛି ପ୍ରେମୀଯୁଗଳଙ୍କୁ ,ଅଶ୍ରାବ୍ୟ ଭାଷା କହିବାରୁ ଯୁବତୀଙ୍କୁ ଚାପୁଡା ମାରିଲେ ଡେଲିଭରୀ ବୟ

442

ଡୁମାଣୀ ଟିଭି ,୩୦/୩ : ରାଜରାସ୍ତା କଡରେ ଝଗଡା ଲାଗିବା ତଥା ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଇଜି ପାର୍କ ନିକଟରେ ଏହି ପ୍ରେମୀ ଯୁଗଳ ରାସ୍ତା ମଝିରେ ପରସ୍ପର ସହିତ ଝଗଡା କରୁଥିଲେ । ଲୋକ ଜମା ହୋଇଥିଲେ ମଧ୍ୟ ସମସ୍ତେ ନୀରବଦ୍ରଷ୍ଟା ସାଜି ଦେଖୁଥିଲେ । ଏହି ସମୟରେ ଯାଉଥିବା ଜଣେ ସ୍ୱିଗି ଡେଲିଭରୀ ବୟ ହସ୍ତକ୍ଷେପ କରିବା ସହିତ ଉଭୟଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ସୁଦ୍ଧା ସଂପୃକ୍ତ ଯୁବତୀ ଜଣଙ୍କ ଡେଲିଭରୀ ବୟଙ୍କ ଉପରକୁ ହାତ ଉଠାଇ ଦେଇଥିଲେ । ଏହାପରେ ଉତ୍ୟକ୍ତ ଡେଲିଭରୀ ବୟ ଜଣଙ୍କ କଷି ଦେଇ ଯାଇଥିଲେ । ଚାପୁଡା ପରେ ଚାପୁଡା ମାରିବା ସହିତ ଘରେ କଣ ତୁମର ବାପା ଭାଇ ନାହାନ୍ତି ବୋଲି କହିଥିଲେ ଡେଲିଭରୀ ବୟ ।

ବିଧାନସଭା ସମ୍ମୁଖରେ ଗାଳିକରିବା ମହଙ୍ଗା ପଡିଛି ପ୍ରେମୀଯୁଗଳଙ୍କୁ ,ଅଶ୍ରାବ୍ୟ ଭାଷା କହିବାରୁ ଯୁବତୀଙ୍କୁ ଚାପୁଡା ମାରିଲେ ଡେଲିଭରୀ ବୟ
Leave A Reply

Your email address will not be published.