ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ୍ ମୁକାବିଲା

139

ନୂଆଦିଲ୍ଲୀ, ୨୧ା୧୦: ଚଳିତ ବିଶ୍ୱକପରେରବିବାର ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହେବ ।ବିଗତ ୧୨ ସଂସ୍କରଣରେ ଏହି ଦୁଇ ଦେଶ
୯ ଥର ମୁହାଁମୁହିଁ ହେବାର ସୁଯୋଗ ପାଇଛନ୍ତି ।ସେଥି ମଧ୍ୟରୁ ଭାରତ ମାତ୍ର ୩ ଥର ଜିତିଥିବାବେଳେ ନ୍ୟୁଜିଲାଣ୍ଡ୍ ୫ ଥର ବାଜି ମାରି
ନେଇଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା ।ଶେଷ ଥର ପାଇଁ ୨୦୧୯ ବିଶ୍ୱକପ୍ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ୍ ହିଁବିଦା କରିଥିଲା ।
ଆଇସିସି ଇଭେଣ୍ଟ ଗୁଡ଼ିକରେଭାରତକୁ ହରାଇବାରେ ମଧ୍ୟ ନ୍ୟୁଜିଲାଣ୍ଡ୍ ମାହିରରହିଛି । ୨୦୦୦ ଆଇସିସି ·ମ୍ପିଅନ୍ସ ଟ୍ରଫିଫାଇନାଲ୍ ଏବଂ ୨୦୨୧ ଆଇସିସି ଟେଷ୍ଟ୍·ମ୍ପିଅନ୍ସିପ୍ ଫାଇନାଲରେ ମଧ୍ୟ ଭାରତକୁ କିୱିଦଳ ପରାସ୍ତ କରିଥିଲା । ଏପରିକି ଆଇସିସିଟ୍ୱେଣ୍ଟି-୨୦ ବିଶ୍ୱକପରେ ଭାରତ ଏ ପର୍ଯ୍ୟନ୍ତ
ନ୍ୟୁଜିଲାଣ୍ଡଠାରୁ ମ୍ୟାଚଟି ମଧ୍ୟ ଜିତି ପାରିନାହିଁ ।ନ୍ୟୁଜିଲାଣ୍ଡ୍ ୩-୦ରେ (୨୦୦୭, ୨୦୧୬,୨୦୨୨) ଆଗୁଆ ହୋଇ ଅପରାଜିତରହିଛି । ଦିନିକିଆ କ୍ରିକେଟ୍ ଇତିହାସରେ କିନ୍ତୁଦୁଇ ଦେଶ ୧୧୩ ମ୍ୟାଚ୍ ଖେଳିଥିବା ବେଳେଭାରତ ୫୫ ଓ ନ୍ୟୁଜିଲାଣ୍ଡ ୫୦ ଜିତିପାଖାପାଖି ସମତୁଲ ସ୍ଥିତିରେ ରହିଛନ୍ତି । ୭ଟିମ୍ୟାଚ୍ ବାତିଲ ହୋଇଥିବା ବେଳେ ଗୋଟିଏଟାଇରେ ଶେଷ ହୋଇଥିଲା । ସବୁଠାରୁ ବଡ଼କଥା ହେଲା ଦୁଇ ଦେଶ ମଧ୍ୟରେଖେଳାଯାଇଥିବା ଶେଷ ୫ ଦିନିକିଆରେନ୍ୟୁଜିଲାଣ୍ଡ୍ ୫-୦ରେ ବାଜିମାତ କରିଥିବାରୁବିଶ୍ୱକପ୍ ପୂର୍ବରୁ ଆତ୍ମବିଶ୍ୱାସରେ ରହିଛି ।ଦିନିକିଆ ବିଶ୍ୱକପ୍ ଇତିହାସରେ ସମ୍ପନ୍ନହୋଇଥିବା ୮ ମୁକାବିଲା ଉପରେ ଆସନ୍ତୁନଜର ପକାଇ ନେବା । ୧୯୭୫ ମସିହାରପ୍ରଥମ ସଂସ୍କରଣରେ ଭାରତ ଓ ନ୍ୟୁଜିଲାଣ୍ଡ୍ପ୍ରଥମ ଥର ମୁକାବିଲା କରିଥିଲେ ମାଣ୍ଟେଷ୍ଟରର
ଓଲ୍ଡ ଟ୍ରାଫୋର୍ଡରେ । ଅବିଦ ଅଲ୍ଲୀଙ୍କ ୭୦ ରନ୍ବଳରେ ଭାରତ ୬୦ ଓଭରରେ ସମସ୍ତୱିକେଟ୍ ହରାଇ କରିଥିଲା ୨୩୦ ରନ୍ । ଗ୍ଲେନ୍
ଟର୍ଣ୍ଣର (୧୧୪)ଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ୍୫୮.୫ ଓଭରରେ ୬ ୱିକେଟ୍ ହରାଇ ୨୩୩ରନ୍ ସଂଗ୍ରହ କରି ନେଇଥିଲା । ଟର୍ଣ୍ଣର ମ୍ୟାଚର
ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।ପରବର୍ତ୍ତୀ ସଂସ୍କରଣ ୧୯୭୯ରେ ମଧ୍ୟନ୍ୟୁଜିଲାଣ୍ଡ୍ ଅତି ସହଜରେ ଅର୍ଥାô ୮ ୱିକେଟରେବିଜୟୀ ହୋଇଥିଲା । ସୁନିଲ ଗାଭାସ୍କରଙ୍କଏକମାତ୍ର ଅର୍ଦ୍ଧଶତକ (୫୫) ବଳରେ ଭାରତ୫୫.୫ ଓଭରରେ ସମସ୍ତ ୱିକେଟ୍ ହରାଇ୧୮୨ ରନ୍ କରିଥିଲା । ଜବାବରେ ବିଏ
ଏଡଗାର (୮୪ଞ୍ଚ), ଜନ୍ ରାଇଟ୍ (୪୮),ଗ୍ଲେନ୍ ଟର୍ଣ୍ଣର (୪୩ଞ୍ଚ)ଙ୍କ ବଳରେ ନ୍ୟୁଜିଲାଣ୍ଡ୍୫୭ ଓଭରରେ ୨ ୱିକେଟ୍ ହରାଇ ୧୮୩
ରନ୍ ସଂଗ୍ରହ କରି ନେଇଥିଲା । ୧୯୮୭ମସିହାରେ ଭାରତରେ ବିଶ୍ୱକପ୍ଖେଳାଯାଇଥିବା ବେଳେ ଦୁଇ ଥର ଭାରତଏହାର ପ୍ରତିଶୋଧ ନେଇଯାଇଥିଲା ।
ବାଙ୍ଗାଲୋର ଏମଏ ଚିନ୍ନାସ୍ୱାମୀ ଷ୍ଟାଡିୟମରେଭାରତ ୧୬ ରନରେ ଜିତିଥିଲା । ନବଜୋତସିଂହ ସିଦ୍ଧୁ (୭୫) ଏବଂ କପିଳ ଦେବ
(୭୧)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେଭାରତ ୫୦ ଓଭରରେ ୨୫୨/୭ ସ୍କୋର୍କରିଥିଲା । ଦୀପକ ପଟେଲ୍ ୩ ୱିକେଟ୍
ନେଇଥିଲେ । ଜବାବରେ କେନ୍ ରଦରଫୋର୍ଡ(୭୫) ଏବଂ ଏଏଚ୍ ଜୋନ୍ସ (୬୪)ଙ୍କଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ୍ ୫୦ ଓଭରରେ୮ ୱିକେଟ୍ ହରାଇ ୨୩୬ ରନ୍ କରିପାରିଥିଲା ।

Leave A Reply

Your email address will not be published.