ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍‌ ଜିଣି ବ୍ୟାଟିଂ‌ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି

656

ସିଡ୍‌ନି: ଆଜି ‘ଏସ୍‌ସିଜି ଗ୍ରାଉଣ୍ଡ୍‌’ରେ ଆରମ୍ଭ ହୋଇଥିବା ପ୍ରଥମ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ‌ କରିବାକୁ ନିଷ୍ପତ୍ତି ନେଇଛି।
ଟସ୍‌ ପକାଇବାକୁ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍‌ ଆରୋନ ଫିଞ୍ଚ୍‌, ଭାରତୀୟ କ୍ୟାପ୍‌ଟେନ୍‌ ବିରାଟ କୋହଲି ଏବଂ ମ୍ୟାଚ୍‌ ରେଫେରି ପିଚ୍‌କୁ ଯାଇଥିଲେ। ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ‌ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଭାରତ ପକ୍ଷରୁ‌ ମହମଦ୍‌ ଶାମି ବୋଲିଂ କରି ଭାରତୀୟ ଇନିଂସ ଆରମ୍ଭ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆରନ୍ ଫିଞ୍ଚ ଓ ଡେଭିଡ୍ ୱାର୍ନର ଇନିଂସ ଓପନ୍ କରିଛନ୍ତି। ଭାରତୀୟ କ୍ୟାପ୍‌ଟେନ୍‌ ବିରାଟ କୋହଲି କହିଛନ୍ତି, ଆରମ୍ଭ ଆମ ଲାଗି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆମେ ସୁଦୃଢ଼ ଭାବେ ଖେଳ ଆରମ୍ଭ କରିବାକୁ ଚାହୁଁଛୁ। ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଆଜି କୋହଲି ବାହିନୀ କଙ୍ଗାରୁ ଗଡ଼‌ରେ ବିଜୟ ବାନା ଉଡ଼ାଇବାକୁ ଆପ୍ରାଣ ଉଦ୍ୟମ କରିବ। ସଙ୍ଗରୋଧ ଅବଧି ଶେଷ କରି ଦଳ ମଧ୍ୟ ଏହି ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ଅଛି। ସେପଟେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। କରୋନା କଟକଣା ତଥା ବଳୟର କଠିନ ପରିବେଶ ଭିତରେ ଆୟୋଜିତ ହେଉଥିବା ଶୃଙ୍ଖଳାର ଏହି ପ୍ରଥମ ମୁକାବିଲାକୁ ନେଇ ଉଭୟ ଦଳ ବି ବେଶ୍ ଉତ୍ସାହିତ ଅଛନ୍ତି। ଏହି ଶୃଙ୍ଖଳାରେ ମୋଟ ତିନିଟି ଦିନିକିଆ ଖେଳାଯିବ।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଶ୍ରେୟସ୍ ଆୟର, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନଭଦୀପ ସୈନି।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍ ୱାର୍ନର, ଷ୍ଟିଭେନ ସ୍ମିଥ୍, ମାର୍ନସ ଲବୁସାନେ, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ‌ଷ୍ଟୋଇନିସ୍, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।

Leave A Reply

Your email address will not be published.