କେନ୍ଦୁଝର ଯୋଡ଼ାରେ ଅଘଟଣ। ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ। ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଲେ ଜଣେ ଶ୍ରମିକ ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏପରି ଅଘଟଣ ଘଟିଛି। ମୃତ ଶ୍ରମିକ ହେଲେ ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର। ଚେଭ୍ରୋକ୍ସ୍ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ ନାମକ ଠିକା କମ୍ପାନୀ ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିଲା।ପୃଷ୍ଠା ୧୨ ରୁ ୧୫ ଫୁଟ ଗଭୀରତା ପର୍ଯ୍ୟନ୍ତ ମାଟି ଖୋଳାଯାଇ ଡି ଆଇ ପାଇପ୍ ପକାଯାଉଥିଲା। ଅପରାହ୍ନରେ ୫ ଜଣ ଶ୍ରମିକ ସେଠାରେ ପାଇପ୍ ଲାଇନ୍ ବିଛାଇବା କାମରେ ନିୟୋଜିତ ଥିଲାବେଳେ, ୩ ଜଣ ଶ୍ରମିକ ଖାଲ ଭିତରକୁ ପଶି ମାଟି ସାଇଜ କରିବା ସମୟରେ ହଠାତ ଉପର ପଟୁ ହଠାତ୍ ମାଟି ଅତଡ଼ା ଧସି ଯାଇଥିଲା। ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ ସେଠାରୁ ବାହାରକୁ ଧାଇଁ ନିଜର ଜୀବନ ବଞ୍ଚାଇଥିଲେ। ତେବେ ଚରଣ ଲୋହାର, ଅର୍ଜୁନ ଲୋହାର ମାଟିରେ ପୋତି ହୋଇ ଯାଇଥିଲେ। ଜେସିବି ସାହାଯ୍ୟରେ ମାଟି ବାହାର କରି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣା ପରେ ସଂପୃକ୍ତ ଠିକା କମ୍ପାନୀର ଅଧିକାରୀମାନଙ୍କ ଦେଖା ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ। ଏଥିାପାଇଁ ଏକ କମିଟି ଗଠନ କରାଯାଇଛି କମିଟିରେ ଯୋଡ଼ା ନିର୍ବାହୀ ଅଧିକାରୀ, ଚମ୍ପୁଆ ଉପଜିଲ୍ଲାପାଳ ଓ ତହସିଲଦାର ଅଛନ୍ତି।
Sign in
Sign in
Recover your password.
A password will be e-mailed to you.