ଯୁଦ୍ଧ ଜାହାଜ ତାରାଗିରିର କାର୍ଯ୍ୟାରମ୍ଭ

159

ନୂଆଦିଲ୍ଲୀ : ଏମ୍‌ଡିଏଲ୍‌ ଦ୍‌ୱାରା ନିର୍ମିତ ପି୧୭ଏର ପଂଚମ ଷ୍ଟେଲ୍ଥ ଫ୍ରିଗେଟ୍‌ / ଯୁଦ୍ଧ ଜାହାଜକୁ ଆଜି ଏନ୍‌ଡବ୍ଲ୍ୟୁଡବ୍ଲ୍ୟୁଏ (ପଶ୍ଚିମ କ୍ଷେତ୍ର)ର ଅଧ୍ୟକ୍ଷା ଚାରୁ ସିଂହ ଶୁଭାରମ୍ଭ କରିଛନ୍ତି, ଯାହାକୁ ସେ ତାରାଗିରି’ ଭାବେ ନାମିତ କରି ଥିଲେ । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରା ଯାଇଥିବା ବିଜ୍ଞପ୍ତିରେ
୧୧ ସେପ୍ଟେମ୍ବର, ୨୦୨୨କୁ ଭାରତରେ ଜାତୀୟ ଶୋକ ଦିବସ ଘୋଷିତ କରା ଯାଇଥିଲା, ଯାହାର ଅନୁପାଳନ କରି, ଏହି କାର୍ଯ୍ୟକ୍ରମକୁ ପ୍ରଯୁକ୍ତିଗତ ଭାବେ ଆରମ୍ଭ କରା ଯିବାରେ ସୀମିତ ରଖା ଯାଇଥିଲା । କାରଣ ଯୁଦ୍ଧ ଜାହାଜକୁ ଲଂଚ୍‌ କରିବା ନିମନ୍ତେ ଜୁଆର – ଭଟ୍ଟାର ସ୍ଥିତି ନିହାତି ରୂପେ ଅନୁକୂଳ ହେବା ଆବଶ୍ୟକ ହୋଇଥାଏ, ଏଥିପାଇଁ କାର୍ଯ୍ୟକ୍ରମରେ ପରିବର୍ତନ କରାଯିବାର କୌଣସି ସମ୍ଭାବନା ନଥିଲା । ପଶ୍ଚିମ କ୍ଷେତ୍ରର ନୌସେନା କମାଣ୍ଡର ଫ୍ଲାଗ୍‌ ଅଫିସର କମାଣ୍ଡିଂ– ଇନ୍‌ – ଚିଫ୍‌ ଭାଇସ୍‌ ଆଡମିରାଲ୍‌ ଅଜେନ୍ଦ୍ର ବାହାଦୂର ସିଂହ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ । ଏହି ସମାରୋହରେ ଯୁଦ୍ଧ ଜାହାଜ ଉତ୍ପାଦନ ଏବଂ ଅଧିଗ୍ରହଣ ନିୟନ୍ତ୍ରକ ଭାଇସ୍‌ ଆଡମିରାଲ୍‌ କିରଣ ଦେଶମୁଖ ତଥା ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ୱାରସିପ୍‌ ଡିଜାଇନ୍‌ ବ୍ୟୁରୋ (ଡବ୍ଲ୍ୟୁଡିବି) ଏବଂ ଏମ୍‌ଡିଏଲ୍‌ର ଦଳ ଏକାଠି ହୋଇ ଅତୀତରେ ମଧ୍ୟ ଏକାଧିକ ସଫଳ ଲଂଚ କରିଛନ୍ତି ଏବଂ ଏହି ଭଳି ଭାବେ ସେମାନେ ନିଜର ବିଶେଷଜ୍ଞତାକୁ ଆଗକୁ ପ୍ରଦର୍ଶନ କରିବେ ଏବଂ ଏହି ଥର ପୁଣି ଗର୍ବର ସହିତ ପାନ୍‌ଟୁନ୍‌ର ସହାୟତାରେ ଯୁଦ୍ଧ ଜାହାଜକୁ ଲଂଚ୍‌ କରାଯାଇଛି । ଏହାର ଶୁଭାରମ୍ଭ କରା ଯିବା ପରେ “ତାରାଗିରି’ ଏମ୍‌ଡିଏଲ୍‌ରେ ନିଜର ଦୁଇ ସାଥୀ ଜାହାଜ ଗୁଡିକ ସହିତ ସାମିଲ୍‌ ହୋଇଯିବ । ଏହା ପରେ ଏହାକୁ ସାମରିକ ଉପକରଣରେ ସଜ୍ଜିତ କରି ଭାରତୀୟ ନୌସେନାକୁ ପ୍ରଦାନ କରାଯିବ । ସାତ ପି୧୭ଏ ଫ୍ରିଗେଟ୍‌ ଏମ୍‌ଡିଏଲ୍‌ ଏବଂ ଜିଆଏର୍ସ୍‌ଇରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ଗୁଡିକ ଦେଇ ଗତି କରୁଛି । ଷ୍ଟେଲ୍‌ଥ ଫ୍ରିଗେଟ୍‌ ଭଳି ପ୍ରମୁଖ ଶ୍ରେଣୀର ଜଟିଳ ଜାହାଜ ଗୁଡିକର ସ୍ୱଦେଶୀ ନିର୍ମାଣ ଦେଶକୁ ଜାହାଜ ନିର୍ମାଣ କ୍ଷେତ୍ରରେ ଉଚ୍ଚ ସ୍ଥାନ ପ୍ରଦାନ କରିଛି । ଏହା ଅନେକ ପ୍ରକାରର ଅତିରିକ୍ତ ଲାଭ ମଧ୍ୟ ପ୍ରଦାନ କରୁଛି, ଯେପରି ଆର୍ଥିକ ବିକାଶ, ଭାରତୀୟ ସିପ୍‌ୟାର୍ଡ ତଥା ଏହାର ଉପ – ଠିକାଦାର ଏବଂ ସହାୟକ ଉଦ୍ୟୋଗ ଗୁଡିକରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି ହେବାରେ ଲାଗିଛି । ଏହା ସହିତ ଲଗାତାର ଭାବରେ ସେମାନଙ୍କୁ କାମ ମିଳିବାରେ ଲାଗିଛି । ଏହା ପରେ ମଧ୍ୟ ପ୍ରକଳ୍ପ୧୭ଏର ୭୫ ପ୍ରତିଶତ ଅର୍ଡର (କାର୍ଯ୍ୟାଦେଶ) ସ୍ୱଦେଶୀ ଫାର୍ମ ଗୁଡିକୁ ଦିଆ ଯାଇଛି, ଯେଉଁଥିରେ ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଗୁଡିକ ସାମିଲ୍‌ ଅଛନ୍ତି । ଏହି ଭଳି ଭାବରେ ଦେଶର “ଆତ୍ମ ନିର୍ଭର ଭାରତ’ର ପ୍ରକଳ୍ପକୁ ଶକ୍ତି ମିଳିବାରେ ଲାଗିଛି । ଏହି ଅବସରରେ ଭାଇସ୍‌ ଆଡମିରାଲ୍‌ ଅଜେନ୍ଦ୍ର ବାହାଦୂର ସିଂହ, ଏଫ୍‌ଓସି – ଇନ୍‌ – ସି, ପଶ୍ଚିମ ନୌସେନା କମାଣ୍ଡ ମଝଗାଓଁ ଡକ୍‌ ସିପବିଲ୍ଡର୍ସ ଲିମିଟେଡ୍‌, ୱାରସିପ୍‌ ଡିଜାଇନ୍‌ ବ୍ୟୁରୋ ଏବଂ ଅନ୍ୟ ନୌସେନା ଦଳ ଗୁଡିକର ପ୍ରୟାସ ଗୁଡିକୁ ପ୍ରଶଂସା କରି କହିଥିଲେ ଯେ, ଏହି ସମସ୍ତ ଯୁଦ୍ଧ ଜାହାଜ ନିର୍ମାଣ ଦେଶର ଆତ୍ମନିର୍ଭରତାର ଭାବନାକୁ ଶକ୍ତି ପ୍ରଦାନ କରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, “ତାରାଗିରି’ ଯେତେବେଳେ ସମୁଦ୍ରର ନୀଳ ଜଳରାଶିରେ ବିଚରଣ କରିବା ଆରମ୍ଭ କରିବ, ସେତେବେଳେ ଭାରତୀୟ ନୌସେନାର ଶକ୍ତି ମଧ୍ୟ ବୃଦ୍ଧି ପାଇବ ।

Leave A Reply

Your email address will not be published.