ପୁରୀ:- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟାଳୟରେ ଆଜି ଗୁରୁତ୍ବପୂର୍ଣ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଆଇ.ଜି ଅମିତାଭ ଠାକୁର, ନରସିଂହଭୋଳ, ସତ୍ୟବ୍ରତଭୋଇ, ଏସ.ଦେବଦତ୍ତ ସିଂହ, ଡିଆଇଜି ଅନିରୁଦ୍ଧ କୁମାର ସିଂହ, ଜେ.ଏନ.ପଙ୍କଜ,ଏସିପି ଡଃ. ଉମାଶଙ୍କର ଦାଶଙ୍କ ସହ ପୁରୀ ଏସପି କେ.ବିଶାଲ ସିଂହ ଯୋଗଦେଇଛନ୍ତି। ବୈଠକରେ ଜନଗହଳି ନିୟନ୍ତ୍ରଣ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରଥଟଣା, ଟ୍ରାଫିକ ପରିଚାଳନା, ଭିଆଇପିଙ୍କ ଦର୍ଶନ ଓ ସୁରକ୍ଷା, ସିସିଟିଭି କ୍ୟାମେରା, ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି। ଏହା ବ୍ଯତିତ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା, ସହର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେଉଛି।
Sign in
Sign in
Recover your password.
A password will be e-mailed to you.