ରାଇମୋହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

182

ଆତ୍ମହତ୍ୟା କଲେ ରାଇମୋହନ । ନିଜର ବାସଭବନରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି । ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ମାନିବାକୁ ପଡିବ ଯେ, ଏହି ବିଶିଷ୍ଠ କଳାକାର ଜଣକ ଆଉ ଆମ ଗହଣରେ ନାହାନ୍ତି । ଏନେଇ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ବିଶିଷ୍ଟ କଳାକାର ରାଇମୋହନ ପରିଡାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ । ନାଟକ ଠାରୁ ଆରମ୍ଭ କରି ଯାତ୍ରା, ଚଳଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ । ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ । ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । ଏହିପରି କିଛି କହି ମୁଖ୍ୟମନ୍ତ୍ରୀ ଶୋକ ପ୍ରାକାଶ କରିଛନ୍ତି ।

Leave A Reply

Your email address will not be published.