ଜୟପୁର, ୬ ଅକ୍ଟୋବର – ଜୟପୁର ସହରର ରାଜ ମହଲରେ ଦଶହରା ପାଳନ କରାଯାଇଛି । ଧିରେ ଧିରେ ସମସ୍ତ ପରମ୍ପରା ଲୋପ ପାଇଯାଇଥିବା ବେଳେ ପୁଣି ଉଜ୍ଜିବିତ କରିଛନ୍ତି ରାଜ ପରିବାର । ରାଜ ମହଲରେ ଲାଠି ପୁଜା, ନାଚ ଗୀତ ରାଜା ରାଜୁଡା ଅମଳର ପରମ୍ପରାରେ ଦଶହରା ପାଳନ କରାଯାଇଛି। ଯୁବରାଜ ବିଶ୍ଵେଶ୍ଵର ଦେବ ରାଜା ବେଶରେ ଦଶହରା ଦିନ ରାଜ ଉଆସରେ ଥିବା ଅଧିଷ୍ଠାତ୍ରୀ ମା କନକ ଦୁର୍ଗାଙ୍କ ନିକଟରେ ପୁଜା ପାଠ କରିଛନ୍ତି । ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ସମୟରେ ଜୟପୁର ରାଜ୍ୟର ସୂଯ୍ୟବଂଶୀ ରାଜା ବିଜୟ ଚନ୍ଦ୍ରାକ୍ଷ ଦେବ ତାଙ୍କୁ ସାହାଯ୍ୟ କରିଥିଲେ । ବିଜୟ ପରେ ଗଜପତି ରାଜା କାଞ୍ଚିରୁ ଆଣିଥିବା କନକ ଦୁର୍ଗାଙ୍କ ମୂର୍ତିକୁ ଉପହାର ସ୍ବରୁପ ଜୟପୁର ରାଜାଙ୍କୁ ଭେଟି ଦେଇଥିଲେ । ପରେ କନକ ଦୁର୍ଗା ଜୟପୁର ରାଜବଂଶର ଇଷ୍ଟଦେବି ଭାବେ ପୁଜା ପାଇଲେ । ଧିରେ ଧିରେ ସେହି ପରମ୍ପରା ଲୋପ ପାଇଯାଇଥିବା ବେଳେ ଦଶହରା ଉପଲକ୍ଷେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମାଙ୍କ ପ୍ରତିକ ଲାଠିଙ୍କୁ ପୁଜା କରାଯାଇଥିବା ବେଳେ ଆଦିବାସୀ ନାଚ ଗୀତ ସହ ଅସ୍ତ୍ର, ଶସ୍ତ୍ରର ପୂଜା କରାଯାଇଛି। ରାଜାଙ୍କ ଅସ୍ତ୍ରାଗାରର ସମସ୍ତ ଅସ୍ତ୍ରଶସ୍ତ୍ର ପୁଜା କରାଯାଇଥିଲା । ମହା ନବମିରେ ରାଜା ଏକ ବିରାଟ ପଟୁଆରରେ ନିଜର ପରିଷଦ ବର୍ଗଙ୍କ ସହ ଅଧିଷ୍ଠାତ୍ରୀ ମା ଭଗବତିଙ୍କ ଦର୍ଶନ କରି ଫେରିଥିଲେ । ପ୍ରସିଦ୍ଧ ଜୟପୁର ଦଶହରା ପୁଜାରେ ଅନ୍ୟତମ ଆକର୍ଷଣ ଲାଠିପୁଜା। ଲାଠି ଧାରି ମାନେ ଆଜି ରାଜ ଉଆସେ ଯାଇ ପହଞ୍ଚି ଥିବା ବେଳେ ରାଜ ପରିବାର ତରଫରୁ ସ୍ଵାଗତ କରାଯାଇଥିଲା । ବଣ୍ଡା ନାଚ, ଗୀତ ଶଙ୍ଖ ହୁଳ ହୁଳିରେ ରାଜ ମହଲ ପ୍ରକମ୍ପତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.