ଶିମିଳିପାଳରେ କୁମ୍ଭୀର ଗଣନା ଆରମ୍ଭ

187

ବାରିପଦା, ୬ ଜାନୁଆରୀ – ଶିମିଳିପାଳରେ କୁମ୍ଭୀର ଗଣନା ଆଜି ସକାଳୁ ଆରମ୍ଭ ହୋଇଛି । ୫ଟି ନଦୀରେ ସକାଳ ୬ଟା ଠାରୁ ଏହି କୁମ୍ଭୀର ଗଣନା ଚାଲିଛି । ଏହି କୁମ୍ଭୀର ଗଣନା କାର୍ଯ୍ୟ ୮ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ତିନି ଦିନ ଧରି ଚାଲିବ । ଏଥିରେ ୧୬ଟି ଟିମ୍ ନିୟୋଜିତ ହୋଇଛନ୍ତି । ଉତର ଶିମିଳିପାଳରେ ୭ଟି ଓ ଦକ୍ଷିଣ ଶିମିଳିପାଳରେ ୯ଟି ରେଞ୍ଜ ରେ ଏହି କୁମ୍ଭୀର ଗଣନା ଚାଲିଛି । ପ୍ରତି ରେଞ୍ଜ୍ ରେ ଗୋଟିଏ ଲେଖାଏଁ ଟିମ୍ ସାମିଲ୍ ହୋଇଛନ୍ତି । ପ୍ରତ୍ୟେକ ଟିମ୍ ରେ ଜଣେ ରେଞ୍ଜର, ଜଣେ ଫରେଷ୍ଟର, ବନ କର୍ମଚାରଙ୍କୁ ମିଶାଇ ମୋଟ୍ ୭ ଜଣ ରହିଛନ୍ତି । ଏମାନେ ଗଣନା ପାଇଁ ପୂର୍ବରୁ ସ୍ଵତନ୍ତ୍ର ତାଲିମ୍ ନେଇଛନ୍ତି ।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ନଦୀ ନାଳ ଏବଂ ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶ ଯାଇଥିବା ୱେଷ୍ଟ ଦେଓ, ଇଷ୍ଟ ଦେଓ, ଖଈରି, ଠକଠକି, ବୁଢ଼ାବଳଙ୍ଗ ନଦୀ, ରାମତୀର୍ଥ ସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ସ୍ଥାନରେ ଏହି କୁମ୍ଭୀର ଗଣନା ଚାଲିଛି । ମୁଖ୍ୟତ ଗୋମୁହାଁ ପ୍ରଜାତିର କୁମ୍ଭୀର ଏଠାରେ ଦେଖାଯାଇଥାନ୍ତି । ୨୦୨୧ କୁମ୍ଭୀର ଗଣନାରେ ୮୧ କୁମ୍ଭୀର । ୨୦୨୨ରେ ୮୩ କୁମ୍ଭୀର ରହିଥିବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ବନ ସଂରକ୍ଷକ ଟି. ଅଶୋକ କୁମାରଙ୍କ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.