ସାଲେପୁର : କଟକ ସଦର ବିଜେପିର ଏକ ସକ୍ରିୟ ସଦସ୍ୟତା ସମ୍ମିଳନୀ ଓ ବନ୍ଧୁ ମିଳନ ଉତ୍ସବ ଆଜି ସନ୍ଧ୍ୟାରେ ସ୍ଥାନୀୟ ଇଶାଣୀବ୍ରହ୍ମପୁର ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସୁଦାମବତୀ ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀ ମଞ୍ଚ ସଞ୍ଚାଳନ କରିଥିଲେ। ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି , ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ ମୁଖ୍ୟ ବକ୍ତା ଓ ,ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ସାଧୁଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେପି ସରକାରର ବିଭିନ୍ନ ଜନ ହିତକର ଯୋଜନା ଉପରେ ଆଲୋକପାତ କରିଥିଲେ।ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସେଠୀ କେତେକ ଗରିବ ପରିବାରକୁ ଶୁଖିଲା ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଜଣଙ୍କୁ ବିଦ୍ୟୁତ ସଂଯୋଗ ସହାୟତା ପ୍ରଦାନ କରିଥିଲେ।ଏହି ଅବସରରେ ଉତ୍ତରକୁଳ ସମିଟିସବ୍ୟ କିଶୋର ସାହାଣୀ ବିଜେପିରେ ସାମିଲ ହୋଇଥିଲେ।ସେହିପରି ବିଭିନ୍ନ ଦଳର ବହୁ କର୍ମୀ ବିଜେପିରେ ସାମିଲ ହୋଇଥିଲେ।ବିଧାୟକ ଶ୍ରୀ ସେଠୀ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳରେ ସାମିଲ କରିଥିଲେ।ବିଧାୟକ କେତେକ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ,ପୂର୍ବତନ ସରପଞ୍ଚ ବିରଞ୍ଚି ନାରାୟଣ ପଣ୍ଡା,ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ,ନିରାଞ୍ଜନ ରାଉଳ,ମିନକେତନ ମହାନ୍ତି, ନିହାର ରଞ୍ଜନ ପଣ୍ଡା, ଇଂ ପ୍ରଭାତ କୁମାର ସେଠୀ,ସୁଧାଂଶୁ ଦାସ,ବିମଳ ପଣ୍ଡା,ରାଜନ ମହାନ୍ତି,କ୍ଷୀତିନ୍ଦ୍ର ମିତ୍ର,ଅଭୟ ସ୍ବାଇଁ ପ୍ରମୁଖ ଙ୍କ ସମେତ ବହୁ ସଂଖ୍ୟାରେ ଛାମୁଆ କର୍ମୀ ସାମିଲ ହୋଇଥିଲେ। ଦୀପକ ମହାନ୍ତି, ବିଦ୍ୟାଧର ବେହେରା,ସାଗର ବିଶୋଇ,ଲକ୍ଷ୍ମୀଧର ଜେନା,ଶୁଭ୍ରାଂଶୁ ସାହୁ,ରଞ୍ଜନ କୁମାର ବିଶୋଇ,ଶରତ ସେଠୀ, ଶରତ ପରିମାଣିକ,ନବ ବେହେରା,ବଳରାମ ସେଠୀ, ସମିତି ସଭ୍ୟ ବିଷ୍ଣୁ ଚରଣ ମାଦେଳି,ଧୀରେନ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।କୁନି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ଗୀତ ର ଆୟୋଜନ କରାଯାଇଥିଲା.
Sign in
Sign in
Recover your password.
A password will be e-mailed to you.