ଭୁବନେଶ୍ୱର,ଶୁଭାରମ୍ଭ ହୋଇଛି ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ସ୍ୱାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ। ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍ରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ସରଞ୍ଜାମ ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ। ଏହି ହସ୍ପିଟାଲରେ ରାଜ୍ୟର ଯେ କୌଣସି ସ୍ଥାନରୁ ରୋଗୀଙ୍କୁ ପହଞ୍ଚିବାରେ ସୁବିଧା ହେବ। ୨୪ ଘଣ୍ଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆୟୁସିସିୟୁ, ପିଆଇସିୟୁ ସୁବିଧା ଉପଲବ୍ଧ ହେଉଛି। ଏହା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ ବୋଲି ସମ ପକ୍ଷରୁ କୁହାଯାଇଛି। ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ଜେନେରାଲ୍ ମେଡିସିନ୍, ରେସ୍ପିରେଟାରୀ ମେଡିସିନ୍, ପେଡିଆଟ୍ରିକ୍ସ,ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍, ସାଇକିଆଟ୍ରିକ୍, ଆନେସ୍ଥେସିଓଲୋଜି, ରେଡିଓ- ଡାଏଗ୍ନୋସିସ, ଇମର୍ଜେନ୍ସି ମେଡିସିନ୍, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର ମେଡିସିନ୍, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଭଳି ବିଭାଗ ରହିଛି। ଜନସାଧାରଣଙ୍କୁ ସର୍ବୋକ୍ରୃଷ୍ଟ ଓ ଉତ୍ସର୍ଗୀକୃତ ସେବା ଯୋଗାଇବାରେ ସମ୍ ଫୁଲନଖରା କ୍ୟାମ୍ପସ୍ ବେଶ ସହାୟକ ହେବ।
Sign in
Sign in
Recover your password.
A password will be e-mailed to you.