ପାରଳାଖେମୁଣ୍ଡି : ସର୍ଟସର୍କିଟ ଯୋଗୁଁ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଗୟଳଯୁବ ଗ୍ରାମରେ ସୁଦର୍ଶନ ରୟତଙ୍କ ୩ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ନଗଦ ୨ଲକ୍ଷ ଟଙ୍କା ସହ ସମସ୍ତ ଆବାସପତ୍ର ପୋଡି ଯାଇଛି । ଗତକାଲି ରାତ୍ର ଶୋଇଥିବା ବେଳେ ହଠାତ୍ ଘର ମଧ୍ୟରୁ ନିଆଁ ଓ ଧୁଆଁ ବାହାରି ଥିଲା । ଗ୍ରାମବାସୀମାନେ ଏହାକୁ ଦେଖି ଗୃହରେ ଥିବା ଲୋକଙ୍କୁ ରକ୍ଷା କରିବା ପାଇଁ ପାଟିତୁଣ୍ଡ କରିବା ପରେ ଘର ମଧ୍ୟରୁ ସୁଦର୍ଶନଙ୍କ ପରିବାର ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିଲେ । ଦମକଳ କେନ୍ଦ୍ରକୁ ଯୋଗାଯୋଗ ହୋଇପାରି ନ ଥିଲା । ତେବେ ଗାଁ ଲୋକେ କୁଅରୁ ପାଣି ବାହାର କରି ନିଆଁକୁ କିଛି ମାତ୍ରାରେ ଆୟତ୍ତ କରିଥିଲେ । ତଥାପି ଘରର ସମସ୍ତ ଆସବାପତ୍ର,ପିଲାଙ୍କ ସ୍କୁଲ ସାର୍ଟିଫିକେଟ,ଘର ପଟ୍ଟା,ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ବହୁ ପରିଶ୍ରମ କରି ଗୃହ ନିର୍ମାଣ ସକାଶେ ଦାଦନ ଖଟି ୨ଲକ୍ଷ ଟଙ୍କା ରୋଜଗାର କରି ସାଇତି ରଖିଥିବା ନଗଦ ମଧ୍ୟ ପୋଡି ପାଉଁସ ହୋଇଯାଇଥିବା ସୁଚନା ମିଳିଛି । ଏ ନେଇ ସୁଦର୍ଶନ ରାୟଗଡ ତହସିଲଦାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ପ୍ରାର୍ଥମିକ ସାହାଯ୍ୟ ପ୍ରଦାନ କରାଯିବା ସହ ତହସିଲଦାର ଆରଆଇଙ୍କୁ ପଠାଇ ଅନୁଧ୍ୟାନ କରି ତଦନ୍ତ ରିପୋର୍ଟ ଦେବା ପାଇଁ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.