ସଲମାନଙ୍କ ଫିଲ୍ମ ନୋ ଏଂଟ୍ରି-୨ ରେ ନଜର ଆସିବେ ସାଉଥ୍ ଆକ୍ଟ୍ରିସ

190

ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ସଲମାନଙ୍କ ନୂଆ ଫିଲ୍ସ ନୋ ଏଂଟ୍ରି-୨ । ତେବେ ଏହି ଫିଲ୍ମ ରେ ନଜର ଆସିବାକୁ ଯାଉଛନ୍ତି ଜଣେ ସାଉଥି ହିରୋଇନ୍ । ଏନେଇ ଚର୍ଚ୍ଚା ଜୋର ଧରିଛି । ବର୍ତମାନ ଏହି ଫିଲ୍ମର ଷ୍ଟାର କାଷ୍ଟ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ୨୦୦୫ ରେ ପରଦାକୁ ଆସିଥିବା କମେଡି ଏବଂ ରୋମାନ୍ସ ଭରା ନୋ ଏଂଟ୍ରି ର ସିକ୍ୱାଲ ପ୍ରସ୍ତୁତ କରିବା ପାଇଁ ବର୍ତମାନ ପ୍େରଯାଜନା ସଂସ୍ଥା ନିଷ୍ପତି ନେଇଛି । ତେବେ ଏହି ଫିଲ୍ମରେ ପୂର୍ବଭଳି ସଲମାନ ଖାଁ, ଅନିଲ କପୁର, ଫରଦିନ ଖାଁ ରହିଛନ୍ତି । କିନ୍ତୁ ଫିଲ୍ମର ନାୟୀକାଙ୍କୁ ନେଇ ଆଉ ଏକ ଅପଡେଟ୍ ସାମ୍ନକୁ ଆସିଛି ।
ସଲମାନଙ୍କ ଏହି ଫିଲ୍ମ ରେ ଜଣେ ସାଉଥ୍ ହିରୋଇନ୍ ଙ୍କୁ ଦେଖିବାଖୁ ମିଳିବ । ତେବେ ଏନେଇ ଚାରିଜଣ ସାଉଥ ଅଭିନେତ୍ରୀଙ୍କ ନା ସାମ୍ନାକୁ ଆସୁଥିବା ବେଳେ ପ୍ରକୃତ ନାୟୀକା ଭାବେ କାହାକୁ କାଷ୍ଟ କରାଯିବ ତାହା ଏପର୍ଯନ୍ତ ସ୍ପଷ୍ଟ ହୋଇପାରି ନାହିଁ । ସେହି ଚାରିଜଣ ନାୟୀକା ହେଉଛନ୍ତି ରଶ୍ମିକା ମନ୍ଦନମ, ପୁଜା ହେଗଡେ, ସାମନ୍ଥା, ତମନ୍ନା ଭାଟିଆ । ତେବେ ଏମାନଙ୍କ ମଧ୍ୟରୁ କାହାକୁ ଫିଲ୍ମରେ ସଲମାନଙ୍କ ସହ ଦେଖିବାଖୁ ମିଳିବ ତାହା ଆଗାମୀ ସମୟରେ ଜଣାପଡିବ ।

Leave A Reply

Your email address will not be published.