ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ ଓ ହସ୍ପିଟାଲରେ ରୋଗୀସେବା ବିପର୍ଯ୍ୟସ୍ତ

72

କୋରାପୁଟ,: କୋରାପୁଟ ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମିଳୁନି ଉତ୍ତମ ଚିକିତ୍ସା, ରୋଗୀଙ୍କ ଖାଇବା ଖାଇ ଦେଉଛି ମୂଷା । ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଭଗବାନଙ୍କ ଭାରଷାରେ ଚାଲିଛି ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ । ଅଭିବକ୍ତ କୋରାପୁଟ ଚାରି ଗୋଟି ଜ଼ିଲ୍ଲା ସମେତ ପଡୋଶୀ ରାଜ୍ୟ ଛତିଶଗଡ ସମେତ ଆଖପାଖ ଜ଼ିଲ୍ଲାର ଚିକିତ୍ସା କ୍ଷେତ୍ରରେ ପ୍ରାଣ କେନ୍ଦ୍ର କୁହା ଯାଉଥିବା ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମିଳୁନି ଉତ୍ତମ ଚିକିତ୍ସା । ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ମାନେ ଅନେକ ସମସ୍ୟାର ଭୋଗୁଛନ୍ତି । ଉତ୍ତମ ଚିକିତ୍ସା ନ ମିଳିବାରୁ ବାଧ୍ୟ ହୋଇ ରୋଗୀମାନେ ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରୁ ମୁହଁ ଫେରାଇ ବ୍ରହ୍ମପୁର, କଟକ, ଭୁବନେଶ୍ୱର କିମ୍ବା ଆନ୍ଧ୍ର ପ୍ରଦେଶ ଯିବା ପାଇଁ ବାଧ୍ୟ ହେଉଛନ୍ତି । ରୋଗୀ ମାନଙ୍କୁ ହସ୍ପିଟାଲରେ ଉତ୍ତମ ଚିକିତ୍ସା ମିଳୁ ନ ଥିବା ବେଳେ ଦିନରେ ରୋଗୀଙ୍କ ବେଡ଼ ପାଖରେ ମୂଷା ବୁଲୁଛି । ରୋଗୀଙ୍କ ପାଇଁ ରହିଥିବା ଖାଦ୍ୟ ମଧ୍ୟ ମୂଷା ଖାଇ ଦେଉଛି । ଦିନରେ ଯାହା ଯେମିତି ଚଳି ଯାଉଛି । ରାତି ହେଲେ ମୂଷାଙ୍କ ଉତ୍ପାତ ବଢି ଯାଉଛି । ମୂଷା ଉତ୍ପାତରେ ରୋଗୀମାନେ ଶୋଇ ନ ପାରି ରାତି ସାରା ଅନିଦ୍ରା ରହୁଛନ୍ତି । ଅନେକ ସମୟରେ ରୋଗୀମାନଙ୍କୁ ମୂଷା କାମୁଡି ଦେଉଛି । ଅଧିକାଂଶ ସମୟରେ ରୋଗୀମାନଙ୍କୁ ବେଡ଼ ମିଳୁନାହିଁ । ତଳେ ଶୋଇ ରୋଗୀମାନେ ଚିକିତ୍ସିତ ହେଉଛନ୍ତି । ରୋଗୀମାନଙ୍କୁ ଅବହେଳା କରାଯାଉଛି । ଏମିତି ବି ସେମାନଙ୍କୁ ଖରାପ ବ୍ୟବହାର କରାଯାଉଛି ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଆଦିବାସୀ ବହୁଳ ଜ଼ିଲ୍ଲାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କୋରାପୁଟର ବୀର ସହିଦ ପୁଅ ଲକ୍ଷ୍ମୀଣ ନାୟକ ନାମରେ ନାମିତ କରାଯାଇଥିଲା । ଆଶା ଥିଲା ମେଡିକାଲ ମାଧ୍ୟମରେ ସହିଦ ବୀର ପୁଅଙ୍କ ନାଁ ଅମର ରହିବ । କିନ୍ତୁ ତାହା ସାଧିତ ହେଲା ନାହିଁ । ସହିଦ ଲକ୍ଷ୍ମୀଣ ନାୟକଙ୍କ ନାମିତ ମେଡିକାଲରୁ ରୋଗୀ ମୁହଁ ଫେରାଉଛନ୍ତି । ମେଡିକାଲରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ସାଂସଦ, ବିଧାୟକ, ଜ଼ିଲ୍ଲାପାଳଙ୍କ ସମେତ ଲୋକ ପ୍ରତିନିଧିମାନେ ବାରମ୍ବାର ତାଗିଦ କରୁ ଥିଲେ ମଧ୍ୟ ଯେଉଁ କଥାକୁ ସେଇ କଥା । ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ବଦଳରେ ମେଡିକାଲ କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । କୋରାପୁଟ ଆଦିବାସୀ ଅଧୁଷ୍ଠିତ ଜ଼ିଲ୍ଲାର ସେବା କ୍ଷେତ୍ରରେ ପ୍ରାଣ କେନ୍ଦ୍ର କୁହା ଯାଉଥିବା ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଭାଗ୍ୟ କେବେ ବଦଳିବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ।

Leave A Reply

Your email address will not be published.