ଭୁବନେଶ୍ୱର, ଦୀର୍ଘ ୫୦୦ ବର୍ଷର ପ୍ରତିକ୍ଷାର ଅନ୍ତ ହୋଇଛି। ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବିରାଜମାନ କରିଛନ୍ତି। ନିର୍ଦ୍ଧାରିତ ସମୟରେ ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖନାଦ ମଧ୍ୟରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଭଗବାନ ରାମଲାଲା ନିଜର ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି। ଏହି ଅବସରରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ ଟେଲିକାଷ୍ଟ ହେଉଥିଲା। ଦେଶର କୋଣଅନୁକୋଣର ପ୍ରତ୍ୟେକ ବ୍ୟକ୍ତି ଲାଇଭ ମାଧ୍ୟମରେ ପ୍ରାଣ ପ୍ରତିଷ୍ଠା ଉତ୍ସବରଦିବ୍ୟ ଅନୁଭବ ପାଇଥିଲେ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲାଇଭ ଜରିଆରେ ରାମଲାଲାଙ୍କର ଦର୍ଶନ କରିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିଛନ୍ତି। ସେହି ସମୟରେ ତାଙ୍କ ସହ ୫-ଟି ତଥା ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର ହୋଇଛି। ଉଭୟ ହସ୍ତ ଯୋଡ଼ି ରାମଙ୍କ ପ୍ରତି ପ୍ରଣିାତ ଜଣାଉଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।
Sign in
Sign in
Recover your password.
A password will be e-mailed to you.