ଭୁବନେଶ୍ୱର ୦୮।୦୫ : ସମୁଦ୍ରରେ ବିଲୀନ ହେବ ବାତ୍ୟା ‘ଅସାନି’। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଆଜି ସଂଧ୍ୟାରେ ସିଭିୟର ସାଇକ୍ଲୋନରେ ପରିଣତ ହେବ। ତେବେ ଏହା ସମୁଦ୍ର ମଧ୍ୟରେ ବିଲୀନ ହୋଇଯିବ। ବର୍ତ୍ତମାନ ‘ଅସାନୀ’ ପୁରୀ ଉପକୂଳ ଠାରୁ ୧ ହଜାର କିଲୋମିଟର ଦୂରରେ ରହିଛି। ଏଥିଯୋଗୁଁ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ। ବାତ୍ୟା ଯୋଗୁଁ ସମୁଦ୍ର ମଝିରେ ଆଜି ରାତି ସୁଦ୍ଧା ପବନର ବେଗ ୯୫ରୁ ୧୦୫ କିଲୋମିଟର ରହିଛି। ସର୍ବାଧିକ ୧୧୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ। ସେହିପରି ସୋମବାର କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୧୦୫ରୁ ୧୧୫ କିଲୋମିଟର ଏବଂ ସର୍ବାଧିକ ୧୨୫ କିଲୋମିଟର ବେଗରେ ପ୍ରବାହିତ ହେବ। ୧୦ ତାରିଖ ସଂଧ୍ୟାରୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ତେବେ ପବନର ବେଗ ସ୍ଥଳଭାଗରେ କମ୍ ରହିବ। ଉତ୍ତର-ପଶ୍ଚିମ ଦିଗରେ ଗତିକରୁଥିବା ବାତ୍ୟା ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ତେବେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ । ଓଡ଼ିଶା ହେଉ କି ଆନ୍ଧ୍ର, ବାତ୍ୟା କେଉଁଠି ବି ଲ୍ୟାଣ୍ଡଫଲ କରିବନି ବୋଲି ଆକଳନ କରିଛି IMD ।ଏଥିପାଇଁ ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.