ସୋନିଆ ଗାନ୍ଧୀଙ୍କ ସଚୀବ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଚୀବ ପି.ପି ମାଧବଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଜଣେ ୨୬ ବର୍ଷିଆ ମହିଳାଙ୍କ ଅଭିଯୋଗକୁ ଆଧାର କରି ଦିଲ୍ଲୀ ଉତମ ନଗର ପୋଲିସ ଏକ ମକଦ୍ଦମା ରୁଜୁ କରିଛି । ତେବେ ଚାକିରୀ ଦେବା ଏବଂ ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଖୁଦ୍ ମହିଳା ଜଣକ ଜୁନ୍ ମାସ ୨୫ ତାରିଖରେ ଉତମ ନଗର ପୋଲିସ ଥାନା ରେ ଅଭିଯୋଗ କରିଛନ୍ତିି । ଦ୍ୱାରକା ଡିସିପି ଏମ୍ ହର୍ଷବର୍ଦ୍ଧନଙ୍କ ସୂଚନା ଅନୁସାରେ ଏହି ଅଭିଯୋଗକୁ ଆଧାର କରି ପି ପି ମାଧବଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ଅପରାଧିକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଆରମ୍ଭ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ସ୍ୱାମୀ କଂଗ୍ରେସ କାର୍ଯ୍ୟାଳୟରେ କାମ କରିଥିଲେ । କିନ୍ତୁ ୨୦୨୦ ମସିହାରେ ତାଙ୍କର ମୃତ୍ୟୁ ହୋଇ ହୋଇଯାଇଛି । ତେବେ ଏହାର ସୁଯୋଗ ନେଇ ଅଭୁଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ଏବଂ ଏ ବାବଦରେ କାହାକୁ ଜଣାଇଲେ ପରିଣାମ ଭୟଙ୍କର ହେବ ବୋଲି ସେ ଧମକ ମଧ୍ୟ ଦେଇଛନ୍ତି ।
ସୂଚନା ଅନୁସାରେ ମହିଳା ଜଣକ ଦିଲ୍ଲୀ ଉତମ ନଗର ବାସିନ୍ଦା । ତାଙ୍କ ସ୍ୱାମୀ କଂଗ୍ରେସର ବ୍ୟାନର ତଥା ପୋଷ୍ଟର ଲଗାଇବା କାମ କରୁଥିଲେ, ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ କଂଗ୍ରେସ ଦଳ ସମ୍ପର୍କରେ ଆସିଥିଲେ । ଯାହାଫଳରେ ସେ କଂଗ୍ରେସ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିଲେ । ଏହାର ଫାଇଦା ଉଠାଇ ୭୧ ବର୍ଷିୟ ପି ମାଧବ ଏହିପରି କାଣ୍ଡ ଘଟାଇଥିଲେ ।