ପାଟଣାଗଡ଼ ୧୫।୦୫ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓ ବ୍ୟାନର ଲାଗିଛି। ପୋଲିସ ଦମନ ବିରୋଧରେ ମେ ୨୦ ତାରିଖରେ ଏକ ଦିନ ପାଇଁ ଓଡ଼ିଶା ରାଜ୍ୟ ବନ୍ଦଡାକରାକୁ ସଫଳ କରିବାକୁ ମାଓବାଦୀମାନେ ବ୍ୟାନରରେ ଆହ୍ଵାନ କରିଛନ୍ତି। ଖବର ଅନୁଯାୟୀ, ଗତ ଦୁଇ ବର୍ଷ ଭିତରେ ବର୍ବରତା ପୂର୍ବକ ପୁଲିସର ଗୁଳିବର୍ଷଣରେ ୨୦ ଜଣ ମାଓବାଦୀଙ୍କ ହତ୍ୟା କରାଯାଇଛି। ଏଥିପାଇଁ ମାଓବାଦୀମାନେ ମେ ୨୦ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି ଯେ, ରାଜନୈତିକ ସମାଧାନ ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାରଙ୍କ ଯୁଦ୍ଧକୁ ବିରୋଧ କରନ୍ତୁ । ଦେଶରୁ ସମ୍ମତି ଦବାଇବା ଲାଗି, ହିନ୍ଦୁତ୍ଵ, ଫାସିବାଦ ସରକାର ଦ୍ଵାରା ଚାଲଯାଉଥିବା ଦମନ ଅଭିଯାନକୁ ବିରୋଧ କରନ୍ତୁ । ରବିବାର ଦିନ ଘୁନୁସର ବଜାର ହୋଇଥିବା ବେଳେ ବଜାରକୁ ଆସିଥିବା ବ୍ୟବସାୟୀ ଓ ଜନସାଧାରଣ ଏହି ବ୍ୟାନର ଦେଖିଥିଲେ। ତେବେ ମାଓ ବ୍ୟାନର ଲାଗିଥିବା ସ୍ଥାନରେ ଲୋକମାନେ ଭୟଭୀତ ନହୋଇ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ବ୍ୟାନର ଦୁଇଟିକୁ ଜବତ କରିଛି।
Sign in
Sign in
Recover your password.
A password will be e-mailed to you.