ନୂଆଦିଲ୍ଲୀ,ଅଗ୍ରୂଜ୍ୟଙ୍କ ଆରାଧାନା ସହ ରାମ ମନ୍ଦିର ଗର୍ଭଗୃହରେ ଆରମ୍ଭ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଆଜିର କାର୍ଯ୍ୟକ୍ରମ ଗଶେଷ ପୂଜନ, ବରୁଣ ପୂଜନ, ବ୍ରାହ୍ମଣବରଣ ଏବଂ ରାମଲାଲାଙ୍କ ବିଗ୍ରହର ଜଳାଧିବାସ ଓ ଗଙ୍ଗାଧିବାସ ହୋଇଛି। ଗତ ରାତିରେ ଗର୍ଭଗୃହରେ ସ୍ଥାପିତ ହୋଇସାରିଛି ରାମଲାଲଙ୍କ ନବନିର୍ମିତ ବାଳୁତ ବିଗ୍ରହ। ୫୧ ଇଞ୍ଚ ଉଚ୍ଚ ପ୍ରାୟ ଦୁଇ କ୍ୱିଣ୍ଟାଲ ଓଜନର ବିଗ୍ରହକୁ ନିର୍ମାଣ ସ୍ଥଳକୁ ଟ୍ରକ୍ରେ ଅଣାଯାଇଥିଲା। ମନ୍ଦିର ପରିସରକୁ କ୍ରେନ୍ ସାହାଯ୍ୟରେ ମୂର୍ତ୍ତିକୁ ଗର୍ଭଗୃହକୁ ନିଆଯାଇଥିଲା। ଶ୍ରୀବିଗ୍ରହଙ୍କ ପାଖେପାଖେ ଏହାର ନିର୍ମାଣ ସ୍ଥତି ଅରୁଣ ଯୋଗୀରାଜ ଉପସ୍ଥିତ ରହିଥିଲେ। ସିଂହାସନର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଶୁଧିକରଣ ପରେ ଏଥିରେ ରୌପ୍ୟ ମୁଦ୍ରା ଓ ନବରତ୍ନ ପକାଯାଇଥିଲା। ଏହାପରେ ସ୍ଥାପନ ହୋଇଥିଲା ସୁନାର ଶ୍ରୀରାମ ଯନ୍ତ୍ର। ଏସବୁ ଭିତରେ ସାମ୍ନାକୁ ଆସିଛି ରାମମନ୍ଦିର କାରୁକାର୍ଯ୍ୟର ଏକାଧିକ ଫଟୋ। ରାମ ଭକ୍ତଙ୍କ ୫ଶହ ବର୍ଷର ପ୍ରତୀକ୍ଷାକୁ ସମର୍ଥନ କରୁଛି ଏହିସବୁ ସୁକ୍ଷ୍ମ କାରିଗରୀ। ଯେଉଁଥିରେ ଓଡ଼ିଆ ପଥର ଶିଳ୍ପୀଙ୍କ ରହିଛି ବିଶେଷ ଯୋଗଦାନ। କେଉଁଠି ବିଷ୍ଣୁଙ୍କ ଅନନ୍ତଶୟନ,କେଉଁଠି ପରମଭକ୍ତ ହନୁମାନ,ମନ୍ଦିରର କୋଣଅନୁକୋଣରେ ରହିଛି ଦେବାଦେବୀଙ୍କ ଜୀବନ୍ତ ବିଗ୍ରହ।ଅନ୍ୟପକ୍ଷରେ ଏହି ମନ୍ଦିରର ମୁଖ୍ୟ ସ୍ଥତି ଚନ୍ଦ୍ରକାନ୍ତ ସୋମପୂରା କହିଛନ୍ତି ରାମ ମନ୍ଦିର ଗର୍ଭଗୃହ ଅନ୍ୟ ମନ୍ଦିର ଠାରୁ ଭିନ୍ନ। ବିଷ୍ଣୁଙ୍କ ୮ଟି ସ୍ୱରୂ କୁ ଦୃଷ୍ଟିରେ ରଖି ଏହାକୁ ଅଷ୍ଟଭୂଜ ବିଶିଷ୍ଟ କରାଯାଇଛି। ଏହାର ପ୍ରଦକ୍ଷିଣକୁ ଗୋଲାକାର କରାଯିବା ସହିତ ମନ୍ଦିରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସମନ୍ୱୟ ପାଇଁ ଚେଷ୍ଟା କରାଯାଉଛି। ପ୍ରାଣ ପ୍ରତିଷ୍ଠା ତିଥି ପାଖେଇ ଆସୁଥିବା ବେଳେ ଫୁଲରେ ନବବଧୂ ଭଳି ସଜେଇ ହୋଇଛି ଅଯୋଧ୍ୟାନଗରୀ। ଯାଗାଯାଗାରେ ପ୍ରଭୁ ଶ୍ରୀରାମଙ୍କ ଚିତ୍ର ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଲାଗିଲାଣି ବିରାଟ ବିରାଟ ହୋଡ଼ିଂ।
Sign in
Sign in
Recover your password.
A password will be e-mailed to you.