ସାଲେପୁର : ଆଞ୍ଚଳିକ ସାମାଜିକ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଓ ବିକଳାନନ୍ଦ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ପରି ଚଳିତ ବର୍ଷ ୨୪ତାରିଖ ରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଗୋପୀନାଥ ପୁର ନିକଟସ୍ଥ ବିରୂପା ନଦୀ କୂଳରେ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପାଗା ଛକ ନିକଟସ୍ଥ ସୁହାନି ମଣ୍ଡପ ରେ ଅନୁଷ୍ଠିତ ହୋଇଛି. ପ୍ରତିଦିନ ସନ୍ଧ୍ୟା ରେ ରାଜ୍ୟ ର ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକର୍ମ ରହିଛି. ସେହିପରି ଓଡିଶା ର କଳା, ସଂସ୍କୃତି, ଓ ପରମ୍ପରା ଉପରେ ଆଧାରିତ କାର୍ଯ୍ୟକର୍ମ ପରିବେଷଣ କରାଯିବ. ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ଙ୍କୁ ସମ୍ଭର୍ଦ୍ଧିତ କରିବା ସହ ପ୍ରତି ସନ୍ଧ୍ୟା ରେ ସିନେ କଳାକାର ଏବଂ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ଗୁଡିକ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ନିଷ୍ପତି ହୋଇଛି.ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ କୁମାର ଦାଶ, ଅଧ୍ୟକ୍ଷତା କରିଥିବା ବେଳେ ବିଶ୍ୱରଂଜନ ସାହୁ, ପ୍ରଶାନ୍ତ କୁମାର କର, ସୁରେଶ କୁମାର ରାଉତ, ପ୍ରଶାନ୍ତ କୁମାର ଭୂୟାଁ, ରମେଶ କୁମାର ଲେଙ୍କା,ବନମାଳୀ ପ୍ରଧାନ,ଜ୍ୟୋତି ରଞ୍ଜନ ରାଉତ, ଦେବେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ.
Sign in
Sign in
Recover your password.
A password will be e-mailed to you.