କୁବେର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ

191

ଡୁମାଣୀ ଟିଭି,୧୦/୪:କୁବେର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ କାର୍ତ୍ତିକେଶ୍ୱରଙ୍କୁ ଜେରା କରିବ ଭିଜିଲାନ୍ସ। ଭିଜିଲାନ୍ସ କାର୍ଯ୍ୟଳୟରେ ରଖି ତାଙ୍କୁ ମାରାଥନ ଜେରା କରାଯାଉଛି। କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ଵିତୀୟ ପତ୍ନୀଙ୍କ ଘରୁ ୨ କୋଟି ୫୦ ହଜାର ଓ ତାଙ୍କ ପତ୍ନୀଙ୍କ ଭଉଣୀ ଘର ସାଲିଆସହିରୁ ୧ କୋଟି ୪୧ ଲକ୍ଷ ଜବତ ହୋଇଛି। ଗତକାଲି ଦ୍ଵିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।

କିଛିଦିନ ପୂର୍ବେ ଭଞ୍ଜନଗର MI ସହାକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ରେଡ୍‌ରେ ୨ କୋଟି ଟଙ୍କା ମିଳିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା। ଯନ୍ତ୍ରୀଙ୍କର ଭୁବନେଶ୍ୱର ସ୍ଥିତ ଟାଟା ଆରିଆନା ଫ୍ଲାଟ୍‌ରୁ ମିଳିଥିଲା ଏହି ଟଙ୍କା।

Leave A Reply

Your email address will not be published.