ଜଳବନ୍ଦୀରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର

165

ରାଜଧାନୀରେ ପଶିଛି ବନ୍ୟାଜଳ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶିବା ଯୋଗୁ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାସ୍ତାରେ ତିନିଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ଲୋକଙ୍କ ପାଖରେ ପିଇବା ପାଣି ସରି ଯାଇଥିବାବେଳେ ବିଦ୍ୟୁତ କାଟ ଯୋଗୁ ଲୋକେ ବିଭିନ୍ନ ଅସୁବିଧାରେ ମଧ୍ୟ ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ, ମହାନଦୀର ମଧ୍ୟମ ଧରଣର ବନ୍ୟା ଆସିବା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀ ବିପଦସଙ୍କେତ ଟପିଥିବା ବେଳେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ହୀରାକୁଦ ଡ୍ୟାମରେ ୪୦ଟି ଗେଟ୍ ଜଳ ନିଷ୍କାସନ ହେଉଛି ।

Leave A Reply

Your email address will not be published.