ଭୁବନେଶ୍ୱର, ରାଜଧାନୀର ବାଣୀବିହାର ଓଭରବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଘରୋଇ ବସ୍ ଓଏସଆରଟିସି ବସକୁ ଧକ୍କା ଦେଇଥିବା ଜଣାଯାଇଛି। ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସ୍ ବ୍ରେକ ଫେଲ ହେବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ତେବେ ଓଭରବ୍ରିଜ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛି।
Sign in
Sign in
Recover your password.
A password will be e-mailed to you.