ବୟସ ମାତ୍ର ୧୭ ମାସ ହେଲେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ

247

ଡୁମାଣୀ ଟିଭି,୮/୪:ବୟସ ମାତ୍ର ୧୭ ମାସ । ଏବେ ଏବେ କଥା କହିବା ଆରମ୍ଭ କରିଛନ୍ତି । କଥା କହିଲେ ପାଟି ଲାଖି ଯାଉଛି । ହେଲେ ତାଙ୍କ ପାଖରେ ରହିଛି ବିଚକ୍ଷଣ ବୁଦ୍ଧି । ଯେଉଁଥି ପାଇଁ ସେ ଆଜି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

ବିନା ଦ୍ୱିଧାରେ ସେ ଏତେ କୁନି ବୟସରୁ ଫୁଲ, ଫଳ, ପଶୁପକ୍ଷୀ, ଅଙ୍ଗପ୍ରତ୍ୟଙ୍ଗ, ଯାନବାହାନ, ରଙ୍ଗ, ପରିବାପତ୍ର ଏବଂ ରାମାୟଣର ୧୦ଟି ନାଁକୁ ପ୍ରାଞ୍ଜଳ ଭାବେ କହୁଛନ୍ତି। ଭୁବନେଶ୍ବର ଝାରପଡା କେନାଲ ରୋଡ ସ୍ଥିତ ଶ୍ରୀ ଓମ୍ ମେନସନରେ ରହୁଥିବା ଏହି କୁନି ଝିଅଟିର ନାଁ ସାନଭିକା ମହାନ୍ତି ।

ସାନୁଜିତ୍ ମହାନ୍ତି ଏବଂ ଜୟାଦିପା ମହାନ୍ତିଙ୍କ କନ୍ଯା ହେଉଛନ୍ତି ସାନଭିକା। ତେବେ ସେ ଆଜି ନିଜ ପ୍ରତିଭା ପାଇଁ ଏତେ କୁନି ବୟସରୁ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଯାହାକୁ ନେଇ ଗର୍ବିତ ତାଙ୍କ ପରିବାର ଲୋକେ।

Leave A Reply

Your email address will not be published.